ଶଙ୍କର ପାଣିଗ୍ରାହୀ ମାଣିକ୍ୟପୁର ୧୭/୦୯/୨୦୨୫ ବୁଧବାର:- ଆଜି ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୭୫ତମ ଜନ୍ମଦିନ ଅବସରରେ ମାଣିକ୍ୟପୁର ମଣ୍ଡଳର ବିଭିର୍ନ ପଞ୍ଚାୟତରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବାହାରପୁର ପଞ୍ଚାୟତର ବାଖରକଟା ଗ୍ରାମରେ ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତା ଶ୍ରୀ ହୃଷିକେଶ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ମାନଙ୍କ ସାହାଯ୍ୟରେ ରାଜ୍ୟ ବିଜେପି କୃଷକ ମୋର୍ଚା ସଂଯୋଜକ ଶ୍ରୀ ସୁନୀଲ ମହାନ୍ତି,ଆସ୍କା ଯୁବ ଆଇନଜୀବୀ ଫୁପଂ ଭାଇ,ମଣ୍ଡଳ ସଭାପତି ଟୁକୁନା ନାୟକ, ମଣ୍ଡଳ ପ୍ରତିନିଧି ଶଙ୍କର ପାଣିଗ୍ରାହୀ,ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ,ଜାହଡା ମଣ୍ଡଳ ପ୍ରତିନିଧି ଗରିବ ନାୟକ, ମିଥୁନ ଭାଇ,ଦେବାଶିଷ ଭାଇ,ମାନସ ଭାଇ,ସମେତ ଅନେକ ଉପସ୍ଥିତ ରହି ଚାରା ବଣ୍ଟନ କରିଥିବା ଦେଖିବାକୁ ମିଳିଛି |
ସେହି ଭଳି ମାଣିକ୍ୟପୁର ବୀଣାଛାଟେଇ ଉଚ୍ଚ ବିଦ୍ୟାଳୟରେ ବିବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି |ଉକ୍ତ ବିଦ୍ୟାଳୟର ତମାମ ଛାତ୍ର ଛାତ୍ରୀଙ୍କ ସମେତ ସ୍କୁଲ କର୍ମଚାରୀ ଓ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମରେ ସାମିଲ ଥିବା ଦେଖିବାକୁ ମିଳିଛି | ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାଇ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏହା ଲୋକମାନଙ୍କ ପାଇଁ ଏକ ସୁନ୍ଦର ବାର୍ତା ଦେଇଛନ୍ତି ଆଦରଣୀୟ ପ୍ରଧାନ ମନ୍ତ୍ରୀ ମା ପାଇଁ ଗଛଟିଏ, ଏହା ଦ୍ୱାରା ପରିବେଶ ସନ୍ତୁଳନ ରହିବା ସହ ପ୍ରାକୃତିକ ବିପର୍ଯୟ ରୋକି ହେବ |
ମାଣିକ୍ୟପୁର ପଞ୍ଚାୟତ ତରଫରୁ ଲେଙ୍ଗମା ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ ମାଣିକ୍ୟପୁର ପଞ୍ଚାଯତ ସରପଞ୍ଚ, ଜଙ୍ଗଲ ସୁରକ୍ଷା ଅଧିକାରିଣୀ ଓ ତାଙ୍କ ସହଜଗୀ ସମେତ ପଞ୍ଚାୟତ ଅଧିକାରିଣୀ (ପି.ଇ.ଓ), ପଞ୍ଚାୟତ ଏ ଡି ଇ ଓ,ଯୋଗାଣ ସହାୟିକା,ଲେଙ୍ଗମା ଗ୍ରାମର ୱାର୍ଡ ମେମ୍ବର, ଗ୍ରାମବାସୀ ଓ ସ୍କୁଲ ଶିକ୍ଷକ ମାନଙ୍କ ସହ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି |
ମଛାକୋଟ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ, ନ୍ୟ|ୟ ସରପଞ୍ଚ ପିନ୍ଟୁ ଭାଇ , ଦ୍ୱୀତିକୃଷ୍ଣ ଭାଇ,ପଞ୍ଚୁ ଭାଇ,ସୁଦାମ ଭାଇ, ତମାମ ଗ୍ରାମବାସୀ ବୃନ୍ଦଙ୍କ ସହ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଶ୍ରୀ ସୁନୀଲ ମହାନ୍ତି, ଓ ତାଙ୍କ ସମସ୍ତ ସହଯୋଗୀଙ୍କ ଉପସ୍ତିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ନିଯୁଜୁ
ମୋ ନିଯୁଜୁ ଓଡିଶା


