ଜାଭିୟର୍ସ ସ୍କଲରେ ସ୍କାଉଟ ଓ ଗାଇଡ ତାଲିମ ସହ ଶପଥ ପାଠ କାର୍ଯ୍ୟକ୍ରମ


                      

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଇନଭେସଚର ସେରମନି କାର୍ଯ୍ୟକ୍ରମ ସହ ଶପଥ ପାଠ କରାଯାଇଥିଲା । ଏଥିରେ ଜିଲ୍ଲା ତାଲିମ କମିଶନର ସ୍ଵପ୍ନାରାଣୀ ପାଣିଗ୍ରାହୀ ମୁଖ୍ୟ ଭାବରେ ଯୋଗ ଦେଇ ନୂତନ ଭାବେ ଯୋଗ୍ ଦେଇଥିବା ଗାଇଡ ଓ ସ୍କାଉଟ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କ ରେ ସୂଚନା ଦେଇ ସଭିଙ୍କୁ ବ୍ୟାଚ ପ୍ରଦାନ କରିଥିଲେ। ନୀଳକଣ୍ଠ ନଗର୍ ବିଦ୍ୟାମନ୍ଦିର ସ୍କାଉଟ ଶିକ୍ଷକ ବ୍ରଜ କିଶୋର ଦାସ ଓ ଆର୍ମି ପବ୍ଲିକ ସ୍କୁଲ ସ୍କାଉଟ ମାଷ୍ଟର ରାଜାରାମ ସ୍ୱାଇଁ ଯୋଗ ଦେଇ ସଭିଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବି. ରମେଶ ପଟ୍ଟନାୟକ  ଯୋଗ ଦେଇଥିଲେ। ଏଠାରେ ନୂତନ ଭାବେ ସ୍କାଉଟ ଓ ଗାଇଡ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଥିଲେ   । ଅଧ୍ୟକ୍ଷ କେ.ସି ପଣ୍ଡା ଙ୍କ ପରାମର୍ଶରେ  ଏପରି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l ସ୍କୁଲ ଚେୟାରମ୍ୟାନ ଜି.ଏସ.ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା,  ଡ.ବିନାୟକ ସାହୁ ଓ ଉଷାରାଣୀ ପଟନାୟକ ଙ୍କ ସମେତ  ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ ।ଏହି  କାର୍ଯ୍ୟକ୍ରମ ସ୍କୁଲର ଗାଇଡ ଶିକ୍ଷୟତ୍ରୀ  ମମତା ପଟ୍ଟନାୟକ, ରଶ୍ମିତା ଦଳାଇ କିରଣ ନାୟକ, ଦୀପକ, ବିଶ୍ୱ, ଙ୍କ ପରିଚାଳନା ରେ ଆୟୋଜିତ ହୋଇଥିଲା ।

Post a Comment

Previous Post Next Post