ବିକଳ୍ପ ଭବନ ରେ ୭୯ ତମ ସ୍ବାଧିନତା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

 


ବ୍ରହ୍ମପୁର : ଓଡିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ତରଫରୁ ସ୍ଥାନୀୟ ବିକଳ୍ପ ଭବନ ଠାରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ସୁରେନ୍ଦ୍ର ନାଥ ମହାରଣା, ସ୍ଵତନ୍ତ୍ର ଅତିଥି ଭାବେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା, ଆଦିତ୍ୟ ନାରାୟଣ ରଥ, ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଜୟରାମ ମହାରଣା, କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ କୁମାର ଦାସ, ଉପସଭାପତି ଅନିଲ କୁମାର ଚୌଧୁରୀ,ବାବୁ ଗୌଡ, ଇଶ୍ୱରି ରାଉତ, ରଶ୍ମିତା ସାହୁ, ଏସ୍ ଦିଲୀପ କୁମାର, ଚୂଡ଼ାମଣି ବେହେରା, ହରପ୍ରିୟା ସାହୁ, ଅଗାଧୁ ପାତ୍ର, ବୈଯୟନ୍ତି ପଣ୍ଡା, ରେଣୁକା ବିଶ୍ଵାଳ,ପୂଜା ପଣ୍ଡା, ଟି ସତିଶ ପାତ୍ର, ସତ୍ୟ ନାରାୟଣ ଜେନା, ଶିବାନୀ ରଣା, ସୂର୍ଯ୍ୟନାରାୟଣ ବେହେରା, ମନୋରଂଜନ ପାଣିଗ୍ରାହୀ, ରମେଶ ଚନ୍ଦ୍ର ବେହେରା, ସଞ୍ଜୟ କୁମାର ବିଶ୍ବାଳ, ଜ୍ୟୋତି ରଂଜନ ଗୌଡ, ସିଚ ମଧୁ ରାଓ, ପ୍ରମୁଖ ପଚାଶ ରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କ ଗହଣ ରେ ମୁଖ୍ୟ ଅତିଥି ଶ୍ରୀ ମହାରଣା ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ଦିବସ ବିଷୟରେ ଆଲୋଚନା କରି ସହୀଦ ହୋଇଥିବା ବୀର ପୁରୁଷ ମାନଙ୍କୁ ସ୍ମରଣ କରାଇଥିଲେ। ସ୍ଵତନ୍ତ୍ର ଅତିଥି ପୀତବାସ ପଣ୍ଡା, ରଶ୍ମିତା ସାହୁ, ବାବୁ ଗୌଡ, ଅନିଲ ଚୌଧୁରୀ, ସୂର୍ଯ୍ୟନାରାୟଣ ବେହେରା ସଭାପତି ଜୟରାମ ମହାରଣା, କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ କୁମାର ଦାସ, ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ରହି ସ୍ବାଧିନ ଭାରତ ର ନାଗରିକ ବୋଲି ସମସ୍ତେ ଗର୍ବ ଅନୁଭବ କରିବା ଉଚିତ୍ ବୋଲି ଉଦବୋଧନ ଦେଇଥିଲେ।

 ତା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରି ବୈଦ୍ୟନାଥେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅତିଥି ମାନଙ୍କ ଗହଣରେ ବହୁ ଉପକାରି ବୃକ୍ଷ ରୋପଣ କରାଯାଇଥିଲା। ତାପରେ ଆୟୋଜିତ ଜଳଯୋଗ କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା।

Post a Comment

Previous Post Next Post