(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଭାଟକୁମରଡା ଗ୍ରାମର ନିଖିଳ ଉତ୍କଳ ବ୍ରାହ୍ମଣ ସମାଜର ସଭାପତି ସୁରେନ୍ଦ୍ର ଚନ୍ଦ୍ର ଦାଶଙ୍କ ତତ୍ତ୍ଵାବଧାନରେ ଗ୍ରାମରେ "ବୃକ୍ଷରୋପଣ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୧୦୦ ରୁ ଉର୍ଦ୍ଧ ବିଭିନ୍ନ ଗଛ ଲଗାଯାଇଥିଲା । "ବୃକ୍ଷ ହିଁ ଜୀବନ" ବର୍ତ୍ତମାନର ପରିବର୍ତ୍ତନଶୀଳ ଜଳବାୟୁ ପରିସ୍ଥିତିରେ ପରିବେଶ ସନ୍ତୁଳନ ରକ୍ଷା କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ସଭାପତି କହିଥିଲେ ଯେ ବୃକ୍ଷ ଆମ ଜୀବନର ଆଧାର ଅଟେ, ଏହାର ସୁରକ୍ଷା ଆମର କର୍ତ୍ତବ୍ୟ । ଏହାସହ ଦୁଇ ବର୍ଷ ପର୍ଯ୍ୟନ୍ତ ଗଛର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ବ୍ରାହ୍ମଣ ସମାଜର କୋଷାଧ୍ୟକ୍ଷ ସୁନିଲ କୁମାର ଦାଶ , ସମ୍ପାଦକ ବିମଳ କୁମାର ଦାଶ , ସୁବଳ ସାମନ୍ତରା , ଗୋପାଳ କୃଷ୍ଣ ପଣ୍ଡା , ନାରାୟଣ ପଣ୍ଡା , ସରୋଜ କୁମାର ପଣ୍ଡା , କୃଷ୍ଣଚନ୍ଦ୍ର ପଣ୍ଡା , ପ୍ରସନ୍ନ ଦାଶ , ଦିଲ୍ଲୀପ ଦାଶଙ୍କ ସମେତ ବହୁ ସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।*