ମୋ ନିଯଜୁ ଓଡିଶା ମାଣିକ୍ୟପୁର ୧୩/୦୮/୨୦୨୫ ବୁଧବାର :- ଆଜି ମାଣିକ୍ୟପୁର ମଣ୍ଡଳରେ ହର ଘର ତୀରଙ୍ଗା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶୋଭା ଯାତ୍ରା ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ମାଣିକ୍ୟପୁର ମଣ୍ଡଳର ମଣ୍ଡଳ ସଭାପତି ଟୁକୁନା ନାୟକ,ମଣ୍ଡଳ ପ୍ରତିନିଧି ଶଙ୍କର ପାଣିଗ୍ରାହୀ,ମୁଣ୍ଡମରାଇ ଦେବାଶିଷ ମିଶ୍ର,ଓଲମ୍ବା ସମୀର ସ୍ୱାଇଁ,ଗରିବ ନାୟକ, ମଛାକୋଟ ପଞ୍ଚାୟତ ମଙ୍ଗୁଳୁ ଭାଇ,ସବା ପଞ୍ଚାୟତ କେଶବ ନାୟକଙ୍କ ସହ ଶତାଧିକ ସକ୍ରିୟ କର୍ମୀଙ୍କ ସହ ମିଳିତ ଭାବେ ମାଣିକ୍ୟପୁର ମଣ୍ଡଳର ଅନେକ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଛି | ଉକ୍ତ ଶୋଭା ଯାତ୍ରା ଶ୍ରୀମା ତେଲିଆ ଠାକୁରାଣୀଙ୍କ ପୀଠରୁ ବାହାରି ମାଣିକ୍ୟପୁର,ମରାଡି, ମଙ୍ଗଳପୁର,ଲେଙ୍ଗମା,ଢଉପଦା,ଜଳି,ରଙ୍ଗାମାଟିଆ,ଷଢଙ୍ଗିପାଲ୍ଲୀ,ଉସ୍ତା,ବଳରାମପୁର,ଦୁର୍ଗାମାଧବପୁର ଓ ହରିପ୍ରିୟପୁର ପରିକ୍ରମା ସାରି ଶ୍ରୀମା ତେଲିଆ ଠାକୁରାଣୀଙ୍କ ପିଠାକୁ ଫେରି ଆସିଥିଲେ, ସେଠାରେ ପ୍ରସାଦ ସେବନ କରିବା ପରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ | ଉକ୍ତ ବୈଠକରେ ଆଗାମୀ ଦିନ ମାନଙ୍କରେ କିଭଳି ମାଣିକ୍ୟପୁର ମଣ୍ଡଳରେ ବିଜେପି ଭଲ ପ୍ରଦର୍ଶନ କରିବ ତାହାର ଗୁରୁ ମନ୍ତ୍ର ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ ଉତ୍ତମ ପାଣିଗ୍ରାହୀ ଦେଇଥଇଲେ |
ମାଣିକ୍ୟପୁରରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯଜୁ ଓଡିଶା