ଭଞ୍ଜନଗର ବିଇଓ ଅଫିସରେ ଡ଼େପୁଟେସନ ଡ଼୍ରାମା


ଭଞ୍ଜନଗର : ସରକାର ପରିବର୍ତ୍ତନ ପରେ ୩୦ ଅକ୍ଟୋବର ୨୦୨୪ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅର୍ଡ଼ର ନମ୍ବର ୧୯୬୪୩ ତାରିଖ ୩୦.୧୦.୨୦୨୪ ପ୍ରକାରେ ଯେଉଁମାନେ ପୂର୍ବରୁ ଡ଼େପୁଟେସନରେ ଆସିଛନ୍ତି ସେମାନେ ନିଜ ବିଦ୍ୟାଳୟକୁ ଫେରି ଯାଆନ୍ତୁ ବୋଲି ନିର୍ଦ୍ଦେଶ ଥିଲା। ସେହି ନିର୍ଦ୍ଦେଶ ଅନୁସାରେ ଭଞ୍ଜନଗର ବିଇଓ ଅର୍ଡ଼ର ନମ୍ବର ୪୨୧୩ ତାରିଖ ୦୭.୧୧.୨୦୨୪ ପ୍ରକାରେ କିଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛାଡ଼ିଦେଲେ ସମସ୍ତ ଡ଼େପୁଟେସନରେ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟକୁ ଫେରିଗଲେ। ତାର କିଛି ଦିନ ପର ଠାରୁ ପୁଣି ଡ଼େପୁଟେସନ ଆରମ୍ଭ ହୋଇ ମାର୍ଚ୍ଚ ମାସ ଭିତରେ ପ୍ରାୟ ୪୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ସମୟରେ ଡ଼େପୁଟେସନ କରାଗଲା। ଡ଼େପୁଟେସନ ଏମିତି କରାଯାଉଥିଲାଯେ, ଦୁଇଟି ବିଦ୍ୟାଳୟ ମଧ୍ୟରେ ଅଦଳବଦଳ କରାଯାଉଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମଇ ମାସରେ ବଦଳି ପାଇଁ ଅନ୍‍ଲାଇନ ପୋର୍ଟାଲ ଖୋଲାଗଲା। ବିଇଓ କାର୍ଯ୍ୟାଳୟ ଚିଠି ନଂ ୨୦୬୨ ତାରିଖ ୦୯.୦୬.୨୦୨୫ ଅନୁଯାୟୀ ପ୍ରାୟ ୬୦ରୁ ଅଧିକ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବେଦନ କରିଥିଲେ। ବିଇଓ କାର୍ଯ୍ୟାଳୟର ଅର୍ଡ଼ର ନମ୍ବର ୧୨୨୩୬ ତାରିଖ୧୦.୦୭.୨୦୨୫ ପ୍ରକାରେ ମାତ୍ର ୧୦ଜଣଙ୍କୁ ହିଁ ବଦଳି ପାଇଁ ନିର୍ଦ୍ଦେଶ ଆସିଲା। ଜୁଲାଇ ମାସରେ କିଛି ଜଣଙ୍କୁ ଡ଼େପୁଟେସନରୁ ଫେରାଯାଇ ବଦଳି କାର୍ଯ୍ୟକ୍ରମ କରାଗଲା। ଅଗଷ୍ଟ ମାସ ଠାରୁ ପୁଣି ଡ଼େପୁଟେସନ ଡ଼୍ରାମା ଆରମ୍ଭ ହେଲା। ବଡ଼ କୌତୁହଳ ବିଷୟ ଏହାଯେ ବିଇଓ ଅଫିସ ଅର୍ଡ଼ର ନମ୍ବର ୨୮୧୬ ତାରିଖ ୦୭.୦୮.୨୦୨୫ରେ ୮ଜଣଙ୍କୁ ଡ଼େପୁଟେସନରୁ ଫେରାଗଲା ଏବଂ ଅର୍ଡ଼ର ନମ୍ବର ୨୮୧୯ ତାରିଖରେ ପୁଣି ୪ଜଣଙ୍କୁ ଡ଼େପୁଟେସନ କରାଗଲା। ଆହୁରି କୌତୁହଳ ବିଷୟ ଏହାଯେ, ଡ଼େପୁଟେସନରୁ ଫେରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୁଣି ଅନ୍ୟତ୍ର ବିଦ୍ୟାଳୟକୁ ଡ଼େପୁଟେସନ କରାଗଲା। ଏଠାରେ ପ୍ରଶ୍ନ ଉଠେ ବିଦ୍ୟାଳୟରେ ଡ଼େପୁଟେସନ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ସେମାନେ ଅବସ୍ଥାପିତ କି? ପ୍ରକାଶଥାଉକି ଗୋଟିଏ ଗୋଟିଏ ବିଦ୍ୟାଳୟରେ ୧୫ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ଏବଂ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ପାଇଁ ଆବେଦନ କରିଛନ୍ତି। ସେମାନଙ୍କୁ ଡ଼େପୁଟେସନ କରାନଯାଇ ପ୍ରିୟା ପ୍ରୀତି ତୋଷଣରେ ଏକ ସୁନ୍ଦର ଡ଼େପୁଟେସନ ଡ଼୍ରାମା ଚାଲିଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷା ବାଧା ପ୍ରାପ୍ତ ହେଉନାହିଁକି?

Post a Comment

Previous Post Next Post