(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଳସର୍ଗି ଗ୍ରାମରେ ଚାଷ ଜମି କୁ କେନ୍ଦ୍ର କରି ଦଳଗତ ଭାବେ କିଛି ଦଳିତ ମହିଳାଙ୍କୁ ଗ୍ରାମର କିଛି ଲୋକ ମରଣମତ୍କା ଆକ୍ରମଣ କରିଥିବା ବେଳେ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର କାର୍ଯ୍ୟକର୍ତ୍ତା ଙ୍କ ହସ୍ତକ୍ଷେପ ପରେ ତିନି ମୁଖ୍ୟ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ରୁ ଜଣାଯାଏ ଯେ ଧର୍ମଗଡ ବ୍ଲକ ଦଳସର୍ଗି ଗ୍ରାମର ଧନମତି ଭରତିଆଙ୍କ ପରିବାର ଦଳସର୍ଗୀ ନଦୀ କୂଳରେ ଥିବା ସରକାରୀ ଜମିରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ରହିବା ସହ ଚାଷ କରୁଛନ୍ତି । ସେହି ସରକାରୀ ଜମି ରାସ୍ତା ଦେଇ କାଣ୍ଡ ପଡାର ଲୋକେ ନଦୀକୁ ଗାଧୋଇବାକୁ ଯାଇଥାନ୍ତି। ଗତ ୨୬ ତାରିଖ ଦିନ ସେହି ଗ୍ରାମର ବଳଦ ମଡ଼ାଇ ନଷ୍ଟ କରି ଦେବାରୁ ପରିବାରର ମହିଳା ମାନେ ଏହାର ପ୍ରତିବାଦ କରିବାରୁ କାଣ୍ଡ ପଡା ର ୩୦ ରୁ ଉର୍ଦ୍ଧ ଲୋକ ଆସି ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ସମସ୍ତେ ଗୁରୁତର ଅବସ୍ଥାରେ କୋକସରା ଥାନା ର ଦ୍ୱାରସ୍ତ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି କୋକସରା ଥାନାରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀଣି ସ୍ନିଗ୍ଧା ରାଣୀ ସୁନା ଘଟଣା ସ୍ଥଳକୁ ଆସି ତଦନ୍ତ କରି ଗ୍ରାମର ୩୧ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। କିନ୍ତୁ ଘଟଣାର ଦୀର୍ଘ ଦିନ ପରେ ମଧ୍ୟ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜିଲ୍ଲାର ସାମାଜିକ ଅଗ୍ରଣୀ ସଂଗଠନ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର ହସ୍ତକ୍ଷେପ ପରେ କୋକସରା ପୋଲିସ ତିନି ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି ମଙ୍ଗଳବାର ଦଳସର୍ଗି ଗାଁ ର ହରି କାଣ୍ଡ, ବେଲାଲ କାଣ୍ଡ, ପୁରନଧର କାଣ୍ଡ କୋର୍ଟ ଚାଲାଣ କରିଥିବା ଧର୍ମଗଡ ଏସଡିପିଓ ଡୋଳାମାଣି ଭୋଇ ସୂଚନା ଦେଇଛନ୍ତି I