(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ସ୍ଥାନୀୟ ଆମ୍ବଗଡ ନିକଟସ୍ଥ ମାଁ ଠାକୁରାଣୀ ମନ୍ଦିର ପରିସରରେ ବ୍ରହ୍ମପୁର ମହାନଗର ନିଗମ ଅଟୋ ଚାଳକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ଶତାଧିକ ସଦସ୍ୟ ଯୋଗଦେଇ ଅଟୋ ଚାଳକ ମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅଟୋ ଚାଳକଙ୍କୁ ଶ୍ରମିକ ପରିଚୟ ପତ୍ର ଦେବା , ସ୍ବାସ୍ଥ୍ୟ କାର୍ଡ ଯୋଗାଇଦେବା , ବ୍ରହ୍ମପୁର ସହରରେ ବିଭିନ୍ନ ଛକ ମାନଙ୍କରେ ଅଟୋ ଷ୍ଟାଣ୍ଡ ନିର୍ମାଣ କରିବା , କମ୍ ସୁଧରେ ବ୍ୟାଙ୍କ୍ ଦ୍ଵାରା ଅଟୋ ଚାଳକଙ୍କୁ ଅଟୋ ଯୋଗାଇଦେବା ଓ ସରକାରଙ୍କ ତରଫରୁ ଅଟୋ ଚାଳକଙ୍କୁ ଶ୍ରମ ବିଭାଗ ଦ୍ଵାରା ପଞ୍ଜୀକୃତ କରିବା ପ୍ରମୁଖ ବିଷୟରେ ଆଲୋଚନା କରାଯାଇଥିଲା । ଏହା ସହ ବୈଠକରେ ଆସନ୍ତା ବର୍ଷ ପାଇଁ ନୂଆ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା l ଏହି ବୈଠକରେ ଶ୍ରମିକ ନେତା ତଥା ଆଇନଜୀବି ଶ୍ରୀ ପୀତବାସ ପଣ୍ଡା,ଚନ୍ଦ୍ର ଶେଖର ଗୌଡ଼ , ପ୍ରଭାତ କିରଣ ଷଡ଼ଙ୍ଗୀ , କୃଷ୍ଣ ଚନ୍ଦ୍ର ପାଲ ,ଚିନ୍ମୟ କୁମାର ହୋତା , କୁରେଶୁ ଦାସ ,ଇଶ୍ମାଇଲ ସରିଫ୍, ସୁଶାନ୍ତ ବେହେରା ,ରଞ୍ଜିତ ପଟ୍ଟନାୟକ ,ସୁନିଲ କୁମାର ସାହୁ , ଶିବା ରାଓ ରେଡ୍ଡୀ ,ଅନିଲ କୁମାର ପାଣିଗ୍ରାହୀ ,ରାଜା ରାଓ , କୃଷ୍ଣ ଜେନା , ଅଜିତ୍ ଜେନା ,ତାରିଣୀ ସେଠୀ,ପୂର୍ଣ୍ଣ ବେହେରା ,ଶଙ୍କର ସାହୁ ,ମହେନ୍ଦ୍ର ଲେଙ୍କା ପ୍ରମୂଖ ଯୋଗ ଦେଇଥିଲେ ।