ଗଞ୍ଜେଇ ଚୋରା ଚାଲାଣ ବୋଲେରୋ ଓ ଡିଜାଆର ଗାଡି ସହ 164 କିଲୋ ଗଞ୍ଜାଇ ଜବତ | ଗଞ୍ଜାମ ଜିଲ୍ଲା ସୋରଡା ଥାନାଅଧିକାରୀ ସୁନୀଲ କୁମାର ପ୍ରଧାନ ଓ ତାଙ୍କ ଟିମ ଜାତୀୟ ରାଜପଥ 59 ଗୋଛା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବୋଲର ଦ୍ରୁତ ଗତିରେ ଯିବା ସମୟରେ ସନ୍ଦେହ ର ସହ ପିଛା କରି ଅସୁରବନ୍ଧ ନିକଟ ପାଟପଲି ଛକ ଠାରେ କାବୁ କରିବା ସହ ଯାଞ୍ଚ ସମୟରେ ସେଥିରୁ ଗଞ୍ଜେଇ ଜବତ କରିବା ସହଦୁଇଜଣ ଙ୍କୁ ଅଟକ ରଖିବା ସହ ତାଙ୍କ ଡିଜାର ଗାଡ଼ିରେ ସହଯୋଗ କରୁଥିବା ଦୁଇ ସହଯୋଗୀଙ୍କୁ ମଧ୍ଯ ଅଟକ ରଖିଥିଲା ପୋଲିସ୍ | ଅଟକ ହୋଇଥିବା ଗଞ୍ଜେଇ ଚାଲାଣକାରି ମାନେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ କେଳୁପଡା ସାରଙ୍ଗଗଡ଼ ଅଞ୍ଚଳ ର କ୍ରିଷ୍ଣା ସାହୁ, ଚିରଞ୍ଜୀବ ନାୟକ, ମୁନା ନାୟକ ଓ ବଳରାମ ନାୟକ ବୋଲି ଜଣାପଡିଛି | ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ଯ 8 ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି | ଏହି ଗଞ୍ଜେଇ ଗୁଡିକ ବାଲିଗୁଡା ରୁ ଅନ୍ୟତ୍ର ପରିବହନ କରାଯାଉଥିବା ଅନୁମାନ କରାଯାଉଛି | ଗଞ୍ଜାଇ ଚୋରା ଚାଲାଣ କରୁଥିବା 4ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ସୋରଡ଼ା ଥାନା ଅଧିକାରୀ ସୁନୀଲ ପ୍ରଧାନ
Tags:
ଆଞ୍ଚଳିକ.