ମୋ ନିଯଜୁ ଓଡିଶା ଧରାକୋଟ ୦୪/୦୮/୨୦୨୫ ସୋମବାର :- ଗତ ରବିବାର ଦିନ ଆନ୍ଧ୍ର ପଥର ଖାଦାନରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ଯାହା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଉକ୍ତ ଘଟଣାରୁ ଅଳ୍ପକେ ବଞ୍ଚୀ ଯାଇଥିବା କାଶେଇ ଗ୍ରାମର ଜିତୁ ଗୌଡ଼ଙ୍କ କହିବା ଅନୁସାରେ ସେମାନେ ସଖାଳ ୫ଟା ବେଳେ କାମରେ ଜୈନ ହୋଇ ସକାଳ ୮ ଘଣ୍ଟା ବେଳେ ଖାଇବା ପାଇଁ ଛୁଟି କଲେ, ପୁଣି ସକାଳ ୧୦ ବେଳେ କାମ ଆରମ୍ଭ କଲେ ଓ ତାଙ୍କ ଡ୍ରାଇଲିଂ ମେସିନ ଚାଲୁ କଲେ | କାମ ଚାଲୁ କରିବାର କିଛି ସମୟ ପରେ ଭୂମି କମ୍ପନ ହେବା ଅନୁଭବ କରିବାରୁ ଉପରକୁ ଚାହିଁଲେ ଓ ଦେଖିଲେ ପ୍ରାୟ ୬୦୦ ଫୁଟ ପାହାଡ ଉପରୁ ଏକ ବିରାଟ ପଥର ତାଙ୍କ ଆଡକୁ ମାଡି ଆସୁଛି, ତାହା ଦେଖି ସମସ୍ତେ ଏଣେ ତେଣେ ଦୌଡ଼ି ବାକୁ ଲାଗିଲେ କିନ୍ତୁ ଉକ୍ତ ପଥର ଖଣ୍ଡ ପଥର ଖାଦାନର କାନ୍ଥରେ ବାଜି ଉକ୍ତ ୬ ଜଣ ଶ୍ରମିକ ମାନଙ୍କ ଉପରେ ଚାପି ହୋଇଯିବାରୁ ଘଟଣା ସ୍ଥଳରେ ଶ୍ରମିକ ମାନେ ପ୍ରାଣ ହରାଇଥିବା କହିଥିଲେ | ଉକ୍ତ ସମସ୍ତ ୬ ଦାଦନ ଶ୍ରମିକ ମାନଙ୍କ ପାର୍ଥିବ ଶରୀର ସୋମବାର ଦିନ ନିଜ ଜନ୍ମ ମାଟିରେ ପହଁଞ୍ଚିଥିବା ଦେଖିବାକୁ ମିଳିଛି | ସେମାନେ ହେଲେ ଭାସ୍କର ବିଷୋୟୀ(40) (ଗଜପତି),ଟୁକୁନା ଦଳେଇ (37) (ଗଜପତି),ବନମାଳୀ ବେହେରା (30) (ଗଞ୍ଜାମ), ଦଣ୍ଡପାଣି ବାଡତ୍ୟା(48) (ଗଞ୍ଜାମ),ସନ୍ତୋଷ ଗୌଡ(36) (ଗଞ୍ଜାମ),ମୂଷା ଜେନା (43) (ଗଞ୍ଜାମ) ତମାମ ପାର୍ଥିବ ଶରୀରକୁ ଆନ୍ଧ୍ର ପ୍ରଶାସନଙ୍କ ଜରିଆରେ ୩ଟି ଆମ୍ବୁଲାନସ ଯୋଗେ ସମସ୍ତ ଗ୍ରାମକୁ ଆସିଥିବା ସୂଚନା ମିଳିଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ୨ ଜଣ ଗଜପତି ଜିଲ୍ଲାର ଥିବା ସୂଚନା ମିଳିଛି | ସେଥି ମଧ୍ୟରୁ ଏକ ଆମ୍ବୁଲାନ୍ସ ଯୋଗେ ଧରାକୋଟ ବ୍ଲକର ବାହାଡଗୁଡା ଗ୍ରାମର ୧ ଓ ନୂଆକଶେଇ ଗ୍ରାମର ୧ ପାର୍ଥିବ ଶରୀରକୁ ଗ୍ରାମର ସମସ୍ତ ଜଣ ସାଧାରଣଙ୍କ ସଂମତି କ୍ରମେ ଧରାକୋଟ ତହସିଲଦାର ଓ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ ଉତ୍ତମ ପାଣିଗ୍ରାହୀଙ୍କ ଉପସ୍ତିତିରେ ଗ୍ରାମରେ ଛାଡି ତାର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲିଯାଇଥିବା ଦେଖିବାକୁ ମିଳିଛି | ଧରାକୋଟ ବ୍ଲକର ଦୁଇ ମୃତ ଦାଦନ ଶ୍ରମିକଙ୍କୁ ଶ୍ରଦ୍ଧାଞ୍ଜଳି ଓ ମୃତକ ପରିବାରଙ୍କୁ ସ୍ବାନ୍ତନା ଦେବାପାଇଁ ଉକ୍ତ ଗ୍ରାମରେ ରାଜ୍ୟ ବିଜେପି ସରକାର ତରଫରୁ ଦୁଇ ବରିଷ୍ଠ ମନ୍ତ୍ରୀ ଓ ୨ ଜିଲ୍ଲା ସଭାପତି ସହ ବହୁ ତୁଙ୍ଗ ନେତା ଉପସ୍ଥିତ ରହି ଉକ୍ତ ପରିବାରଙ୍କୁ ରେଡକ୍ରସ ପାଣ୍ଠିରୁ ୩୦୦୦୦/- ଓ ଆନ୍ଧ୍ର କମ୍ପାନୀ ତରଫରୁ ୨୦୦୦୦/- ଲେଖାଏଁ ଉଭୟ ପରିବାରଙ୍କୁ ସାହାଯ୍ୟ କରିଥିବା ଜଣ ପଡିଛି | ସୂଚନା ଥାଉ କି ଏହି ସମସ୍ତ ପରିବାରରେ କିଏ ପୁଅ କୁ ହରାଇଲା ତା କିଏ ସ୍ୱାମୀ ଆଉ କିଏ ପିତାକୁ ହରାଇ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଯାଇଛି ସାରା ପରିବେଶ | ଗ୍ରାମ ବାସୀଙ୍କ ତରଫରୁ ଅନୁରାଧ ସରକାରୀ ସ୍ତରରୁ ଓ ଖଣି ମାଲିକ ତରଫରୁ ମୃତ ଶ୍ରମିକଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ ମିଳିଲେ ଉକ୍ତ ସମସ୍ତ ପରିବାର ଉପକୃତ ହେବେ ବୋଲି ଦାବି ଜଣାଇଥିବା ଦେଖି ବାକୁ ମିଳିଛି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯଜୁ ଓଡିଶା