(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚିତ୍ରାଙ୍କନ, ଓଡିଆ ବକ୍ତୃତା,ଇଂରାଜୀ ବକ୍ତୃତା, ଦେଶାତ୍ମବୋଧ ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ ଅନୁଷ୍ଠିତ ପ୍ରାଥମିକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଭିପ୍ସା ସେଠୀ, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ପ୍ରଥମ, ଆରୁଷି ମହାରାଣା, ପବ୍ଲିକ୍ ସ୍କୁଲ୍, ଛତ୍ରପୁର ଦ୍ବିତୀୟ ଓ ଦିବ୍ୟାଶୀ ମହାନ୍ତି ଦି ନିୟୁ ଏଜ୍ ୟୁରୋ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଏସ୍. ତିସିକା ରେଡୀ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ ସ୍ଥାନ, ସରନ୍ୟା ସ୍ବାଇଁ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଏବଂ ଏସ୍. ହେମ୍ସା ରେଡି ସେଣ୍ଟ ଜଦାଭିୟର୍ସ ପବ୍ଲିକ୍ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରରେ କିରଣ କୁମାର ବେହେରା, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ଅଂଶୁମାନ ପଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ ହର୍ଷିତା ପଟ୍ଟନାୟକ, ଦି ନିୟୁ ଏଜ୍ ୟୁରୋ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଉଚ୍ଚ ପ୍ରାଥମିକ ସ୍ତରରେ ସାଇ ଶ୍ରଦ୍ଧା ବେହେରା, ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ, ପ୍ରଥମ ସ୍ଥାନ, ଗାୟତ୍ରୀ ମହାରଣା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁତିଗୋପାଳପୁର ଦ୍ବିତୀୟ ସ୍ଥାନ ଓ ଲଲାକ୍ସି ବେହେରା ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଗୋବିନ୍ଦପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ସାଲିନୀ ପ୍ରିୟଦର୍ଶନୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଛତ୍ରପୁର ପ୍ରଥମ ସ୍ଥାନ, ଗଣେଶ ଦାଶ, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ ପ୍ରିୟା ପ୍ରିୟଦର୍ଶିନୀ ଦାଶ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଲିପ୍ସାରାଣୀ ଗୌଡ, ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପୁର ପ୍ରଥମ ସ୍ଥାନ , ଅର୍ପିତା ମହାପାତ୍ର, ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ସ୍ଥାନ ଓ ଶିଖା ନାହାକ, ସରକାରୀ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ସାଇଅଂଶ ପଟ୍ଟନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି ପ୍ରଥମ ସ୍ଥାନ, ରୋଜମେରୀ ରୋଶନୀ ସିଂ, କାରମେଲ ସିନିୟର୍ ସେକେଣ୍ଡାରୀ ସ୍କୁଲ, ଛତ୍ରପୁର ଦ୍ବିତୀୟ ସ୍ଥାନ ଓ ବୈଭବ ଅର୍ଣ୍ଣବ ମିଶ୍ର, ଦି ନିୟୁ ଏଜ୍ ୟୁରୋ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ଏ. ଆଦର୍ଶ ଦୋରା, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଓ ସାଇ ସ୍ମୃତି ଶତପଥୀ, କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ଯୁଗ୍ମ ଭାବେ ପ୍ରଥମ ସ୍ଥାନ, ଦେବୀନା ନାୟକ କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ସ୍ଥାନ ଓ ବିଶ୍ବଜିତ୍ ମିଶ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହା ବିଦ୍ୟାଳୟ ସ୍ତରରେ ସାଇ ସମ୍ପନ୍ନା, ସରକାରୀ ବିଜ୍ଞାନ ସ୍ନା୍ତକ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ବରୁଣ କୁମାର ସାହୁ, ଦି ନିୟୁ ଏଜ୍ ୟୁରୋ ସ୍କୁଲ ଏବଂ ବସୁନ୍ଧରା ପାଣିଗ୍ରାହୀ ଦି ନିୟୁ ଏଜ୍ ୟୁରୋ ସ୍କୁଲ ଯୁଗ୍ମ ଭାବେ ଦ୍ବିତୀୟ ସ୍ଥାନ ଓ ଏନ୍. ହରପ୍ରିୟା ରେଡି, ସରକାରୀ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗତା ପ୍ରାଥମିକ ସ୍ତରରେ ଅନନ୍ୟା ପଣ୍ଡା, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ, ଦେବାଂଶ ପଟ୍ଟନାୟକ ଦି ନିୟୁ ଏଜ୍ ୟୁରୋ ସ୍କୁଲ ଦ୍ବିତୀୟ ସ୍ଥାନ ଓ ଆୟାଂଶ କୁମାର ଖାଡଙ୍ଗା, ଦି ନିୟୁ ଏଜ୍ ୟୁରୋ ସ୍କୁଲ ଏବଂ ଏ ଆତ୍ମଜା, ଶ୍ରୀ ସତ୍ୟସାଇ ବିଦ୍ୟାଭବନ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଆଦର୍ଶ ମହାପାତ୍ର ପବ୍ଲିକ୍ ସ୍କୁଲ ପ୍ରଥମ ସ୍ଥାନ, ସାଇସ୍ମିତା ଚାନ୍ଦ, ସରକାରୀ ଉ.ପ୍ରା. ବିଦ୍ୟାଳୟ ପୁତି ଗୋପାଳପୁର, ଦ୍ବିତୀୟ ସ୍ଥାନ, ତନିଷା ନାୟକ ସରକାରୀ ଉ.ପ୍ରା.ବିଦ୍ୟାଳୟ ପୁତିଗୋପାଳପୁର ଏବଂ ଗଙ୍ଗୋତ୍ରୀ ବେହେରା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ବିଶ୍ବଜିତ ମିଶ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ,ଚମାଖଣ୍ଡି ପ୍ରଥମ ସ୍ଥାନ ରିତିକ ଶରାବ୍, ଜ୍ଞାନବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ ନିବେଦିତା ସ୍ବାଇଁ କେନ୍ଦ୍ରୀୟ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନ୍ନଦା ପାଣିଗ୍ରାହୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଥମ ସ୍ଥାନ, ଭି ଅର୍ପିତା, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ ଅନୁଶ୍ରୀୟା ପଟ୍ଟନାୟକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ପ୍ରାଚି ପଣ୍ଡା, ସରକାରୀ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ସୁତାରୀ ସୋନାଲୀ ରେଡ୍ଡି, ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ ଅଙ୍କିତା ରାଉଳ, ସରକାରୀ ବିଜ୍ଞାନ ସ୍ନାତକ ମହାବିଦ୍ୟାଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି I ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଶୁଭକାନ୍ତ ପାଢୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ ସ୍ଥାନ, ଆୟୁଷ୍ ଖଟେଇ କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଦ୍ବିତୀୟ ସ୍ଥାନ ଓ ସାଇ ଶ୍ରଦ୍ଧା ମହାପାତ୍ର ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଜ୍ୟୋତି ପ୍ରକାଶ ପଟ୍ଟନାୟକ, ଦି ନିୟୁ ଏଜ୍ ୟୁରୋ ସ୍କୁଲ ପ୍ରଥମ ସ୍ଥାନ, ପୂର୍ବାଶା ବେହେରା, ସେଞ୍ଚୁରିଆନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଏବଂ ସୋହମ୍ ପ୍ରିୟା ସାହୁ ଜ୍ଞାନବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣୀ ନିମାକାଙ୍କ ପରିଚାଳନାରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପ୍ରମୋଦ କୁମାର ମିଶ୍ର, ରାମକୃଷ୍ଣ ପଣ୍ଡା, ସମାପ୍ତି ପଣ୍ଡା, ଏ. ବିଶ୍ବମ୍ଭର, ସୁଜାତା ତ୍ରିପାଠୀ, ରବୀନ୍ଦ୍ର ନାଥ ଦାଶ, ଭିକାରୀ ବେହେରା, ଗୁରୁ ପ୍ରସାଦ ମହାପାତ୍ର, ସୁଧାକର ପାଣିଗ୍ରାହୀ, ଅରୁଣ କୁମାର ଶତପଥୀ ପ୍ରମୁଖ ସହଯୋଗ କରିଥିଲେ ।