ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭଞ୍ଜନଗର ସହରରେ ଦୋକାନ ବଜାର, ଅଫିସ ଦପ୍ତର, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଗାଡି ମଟର ସମ୍ପୂର୍ଣ୍ଣ ଠପ ହେଇଯାଇଛି। ଏହି ବନ୍ଦ ପାଳନ ଭଞ୍ଜନଗର ଅଂଚଳର ଜନ ସାଧାରଣ ସ୍ବତର୍ସ୍ୱର୍ଥ ଭାବେ ବନ୍ଦ କରିଛନ୍ତି। ବାଲେଶ୍ୱର ଜିଲ୍ଲାର ଝିଅ ସୌମ୍ୟଶ୍ରୀ ବିଶି ପ୍ରତି ହୋଇଥିବା ବ୍ୟବସ୍ତାଗତ ବା ପ୍ରାୟୋଜିତ ହତ୍ୟା ବିରୁଦ୍ଧରେ ୧୭ ତାରିଖ ଦିନ କଂଗ୍ରେସ ସମେତ କମ୍ୟୁନିଷ୍ଟ ପାର୍ଟି ଓ ଅନ୍ୟନ୍ୟା ୮ଟି ରାଜନୈତିକ ଦଳ ତରଫରୁ ବନ୍ଦ ଡାକରା ଫିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜନଗରରେ ବନ୍ଦକୁ ସଫଳ କରିବା ପାଇଁ ଗତକାଲି ପ୍ରସ୍ତୁତି ବୈଠକ କରି ନିଷ୍ପତି ନିଆଯାଇଥିଲା । ମାଇକ ଲଗାଇ ପ୍ରଚାର କରାଯାଇଥିଲା ସ୍କୁଲ, କଲେଜ, ଅଫିସ, ଦପ୍ତର, ଯାନବାହାନ ଦୋକାନ, ବଜାର ଆଦି ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଥିଲା । ଯାହାଦ୍ୱାରା ଆଜି ଭଞ୍ଜନଗର ସମ୍ପୂର୍ଣ୍ଣ ବନ୍ଦ ହେଇଯାଇଛି। ବାଲେଶ୍ୱର ଜିଲ୍ଲାର ଝିଅ ସୌମ୍ୟଶ୍ରୀ ଙ୍କ ଦାରୁଣ ମୃତ୍ୟୁ ରେ ସାରା ଦେଶ ହତଚକିତ, ଫକୀର ମହୋନ ମହାବିଦ୍ୟାଳୟର ପ୍ରିନସିପାଲ ଅଶୋକ ଘୋଷ,HOD ସମୀର ସାହୁ ଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ସାଂସଦ, ବିଧାୟକ ସମସ୍ତଙ୍କୁ ଜଣାଇ ବାରମ୍ବାର ନ୍ୟାୟ ଭିକ୍ୟା କରିଥିଲେ ମଧ୍ୟ କେହିବି କର୍ଣ୍ଣପାତ କରିନଥିଲେ। ଯାହାଦ୍ୱାରା ସେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି । ଏଥିପାଇଁ କେବଳ ପ୍ରିନସିପାଲ ଓ HOD ଦୋଷୀ ନୁହନ୍ତି ଏଥିରେ ଶିକ୍ଷା ମନ୍ତ୍ରୀ, ବିଧାୟକ, ଆରକ୍ଷୀ ଅଧିକ୍ଷକ ଓ ଆଇ ଆଇ ସି ମଧ୍ୟ ସମ ପରିମାଣରେ ଦାୟୀ ତେଣୁ ସେମାନଙ୍କୁ ତୁରନ୍ତ ପଦରୁ ବହିଷ୍କାର କରାଯାଉ ବୋଲି ନେତାମାନେ ନାରାବାଜି କରି ଭଞ୍ଜନଗର ବାସୀଙ୍କୁ ବୁଲି ବୁଲି ସଚେତନ କରୁଥିଲେ। ତାହା ସହ ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ପୋଡି ଯାଇଥିବା ଛାତ୍ର ଜ୍ୟୋତି ପ୍ରକାଶ ବିଶାଳଙ୍କୁ ତୁରନ୍ତ ସାହାସିକତାର ପୁରସ୍କାର ପ୍ରଦାନ ସହିତ ୧୦ ଲକ୍ଷ ଟଙ୍କାର ଅନୁଦାନ ମୂଳକ ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ଏହି ବନ୍ଦ ପାଳନରେ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟର ଆବାହକ ଓ ବରିଷ୍ଠ ଆଇନଜୀବି ସୋମନାଥ ନାୟକ କଂଗ୍ରେସର ପ୍ରଶାନ୍ତ ବିଷୋୟୀ, କୁଲୁ ଭୂୟାଁ,ଆଇନଜୀବୀ ଅଭିମନ୍ୟୁ ଗୌଡ଼,ସିପିଆଇ(ଏମ-ଏଲ)ର ଜିଲ୍ଲା ସମ୍ପାଦକ ନିରାକାର ନାୟକ, ଚାଷୀ ମୂଲିଆ ସଂଘର ସଂଜୟ ନାୟକ, ନିରଞ୍ଜନ ନାୟକ ସମାଜସେବୀ ରବି ନାରାୟଣ ସାମନ୍ତ, ବିପିନ କୁମାର ବେହେରା,ଯୁଧିଷ୍ଠିର ବେହେରା,ଏସ ଏନ ପ୍ରଧାନ, ସୁରେନ୍ଦ୍ର ବେହେରା, ଗୋବିନ୍ଦ ଚନ୍ଦ୍ର ଲେଙ୍କା ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ।