ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଗୌରୀ ଶଙ୍କର ଶତପଥିଙ୍କୁ ଭଞ୍ଜନଗରର ଅଗ୍ରଣୀ କବି ସମ୍ରାଟ ମିଡ଼ିଆ କ୍ଲବ ଦ୍ୱାରା ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସହରର ପ୍ରତିଷ୍ଠିତ ହୋଟେଲର ସମ୍ମିଳନୀ କକ୍ଷରେ ମିଡ଼ିଆ କ୍ଲବ ସଭ୍ୟମାନେ ଶ୍ରୀଯୁକ୍ତ ଶତପଥୀଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଶ୍ରୀଯୁକ୍ତ ଶତପଥୀ କବି ସମ୍ରାଟ ମିଡ଼ିଆ କ୍ଲବର ପ୍ରତିଷ୍ଠା ଦିନ ଠାରୁ ସହଯୋଗ କରି ଆସୁଛନ୍ତି ଓ ମିଡ଼ିଆ କ୍ଲବର ଦ୍ୱାରା ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ସାହିତ କରିଥିଲେ। ଆଜି ତାଙ୍କର ବିଦାୟ କାଳୀନ ଉତ୍ସବରେ ସେ କବି ସମ୍ରାଟ ମିଡ଼ିଆ କ୍ଲବ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କର ନିଷ୍ଠା ତଥା ସଦସ୍ୟ ମାନଙ୍କ କ୍ଲବ ପ୍ରତି ଥିବା ଆନୁଗତ୍ୟକୁ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ଶତପଥି ଚାରି ବର୍ଷ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ଭଞ୍ଜନଗରରେ କାର୍ଯ୍ୟ କରି ଆସୁଥିଲେ। ଆଜି ତାଙ୍କର ଅବସର କାଳୀନ ସମୟ ଆସିଥିବା ବେଳେ ସେ ଯେତିକି ଖୁସି ଥିଲେ ସେତିକି ଦୁଃଖୀ ମଧ୍ୟ ଥିଲେ। ଆଜିର କାର୍ଯ୍ୟକ୍ରମରେ ମିଡ଼ିଆ କ୍ଲବ ଉପସଭାପତି ପୁରୁଷୋତ୍ତମ ମହାପାତ୍ର ଓ ସମୀର ମହାପାତ୍ର, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ, ବରିଷ୍ଠ ସାମ୍ବାଦିକ ସଂଜୀବ ପାତ୍ର, ମନୋଜ ପାତ୍ର ସହ ସମ୍ପାଦକ ରଞ୍ଜିତ ଜେନା ସହ ସଂଯୋଜକ ମାନେ ଏବଂ ଅନ୍ୟ ସମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ। ସେହିପରି ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟଳୟ ଠାରେ ନୀଳ କଣ୍ଠେଶ୍ୱର ନାଟ୍ୟ ସଂସଦ ସଭ୍ୟ ମାନେ ଶ୍ରୀଯୁକ୍ତ ଶତପଥୀଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଶ୍ରୀଯୁକ୍ତ ଶତପଥୀ ନୀଳ କଣ୍ଠେଶ୍ୱର ନାଟ୍ୟ ସଂସଦ ପ୍ରତିଷ୍ଠା ଦିନ ଠାରୁ ସହଯୋଗ କରି ଆସୁଛନ୍ତି ଓ ନାଟ୍ୟ ସଂସଦର ଦ୍ୱାରା ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ନୀଳ କଣ୍ଠେଶ୍ୱର ନାଟ୍ୟ ସଂସଦର ସଭାପତି କେଶବ ଆଚାର୍ଯ୍ୟ, ସମ୍ପାଦକ କୈଳାସ ଚନ୍ଦ୍ର ଜେନା, ପଞ୍ଚାନନ ନାଇକ, ଅଞ୍ଜଳି ଆଚାର୍ଯ୍ୟ, ସଞ୍ଜୟ, ଧୋବା, ଅଭିମନ୍ୟୁ, ଉପଦେଷ୍ଟା ପୁରୁଷୋତ୍ତମହାପାତ୍ର ଏବଂ ଅନ୍ୟ ବନ୍ଧୁ ମାନେ ଯୋଗ ଦେଇଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା