ବାଉରୀ ଗଣ୍ଡାପଲ୍ଲୀ ଆଦର୍ଶ ବିଦ୍ୟାଳୟ ଠାରେ ବନୋମହୋତ୍ସବ*


ଖଲ୍ଲିକୋଟ ବ୍ଲକ ବାଉରୀଗଣ୍ଡାପଲ୍ଲୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ସୋମବାର ଦିନ ବନୋମହୋତ୍ସବ ଅଧକ୍ଷ ଶ୍ରୀ ଦୀପକ ବେହେରା ଙ୍କ ତତ୍ୱାବଧାନ ରେ ପାଳିତ ହୋଇଅଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ଏ ବର୍ଷ ବନମହୋତ୍ସବ ର ବିଷୟ ବସ୍ତୁ ଥିଲା ମା' ପାଇଁ ଗଛ ଟିଏ। କାର୍ଯ୍ୟକ୍ରମ କୁ ଇକୋ କ୍ଲୁବ ଅଧକ୍ଷା ତଥା ସମାଜ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦିପ୍ତିମୟୀ ବେହେରା ଓ ଶିକ୍ଷୟିତ୍ରୀ ଐଶ୍ଵର୍ଯ୍ୟା କର ପରିଚାଳନା କରିଥିଲେ। ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା ଆନନ୍ଦିତା ପତି, ସବିତା ଶବର, ରୋଜାଲିନ ପ୍ରିୟଦର୍ଶିନୀ ରାଉତ, ସାଗରୀକା ପଟ୍ଟନାୟକ, ଆଶିଷ କୁମାର ନାୟକ, ଇତିଶ୍ରୀ ବେହେରା, ଗୋବିନ୍ଦ ଚନ୍ଦ୍ର ବେହେରା, ଏବଂ ମଧୁସ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ବୃକ୍ଷ ର ଉପକାରିତା ସମ୍ପର୍କରେ ଉପଦେଶ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ଯଥା ସାଈଶ୍ୱରି ବେହେରା, ଦିଲ୍ଲିପ ବେହେରା ଏବଂ ଦୀପକ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ଏହି ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ପରିଶେଷରେ ଇକୋ କ୍ଲୁବ ଅଧକ୍ଷା ଶ୍ରୀମତୀ ଦିପ୍ତିମୟୀ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିବାପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post