*ମୋ ନିଯୁ ଓଡିଶା ମାଣିକ୍ୟପୁର ୨୩/୦୭/୨୦୨୫:- ଆଜି ମାଣିକ୍ୟପୁର ପଞ୍ଚାୟତ ସ୍ଥିତ ଦୁର୍ଗାମାଧବପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ଉକ୍ତ ଗ୍ରାମର ବିଜୟ ଗୌଡ଼ ନାମକ ଜଣେ ଚାଷୀ ତାଙ୍କ ବିଲରେ ହଳ କିରବା ସମୟରେ ହିଡ଼ ପାଖରେ ହଠାତ ତାଙ୍କ ବଳଦ ଡେଇଁପଡିଲା, ସେ ଦେଖିବାକୁ ପାଇଲେ ବଳଦର ପଛ ଗୋଡ଼ରୁ ରକ୍ତ ବାହାରୁଛି ସେ ଜାଣିବାକୁ ପାଇଲେ ବଳଦକୁ ସାପ କାମୁଡି ଦେଇଛି | ତୁରନ୍ତ ହଳ ଫିଟାଇ ଘରକୁ ଆସିବା ସମୟରେ ବଳଦଟି ଦୁର୍ଗାମାଧବପୁର ଶିବ ମନ୍ଦିର ନିକଟରେ ପଡିଗଲା | ତାହା ଦେଖି ତୁରନ୍ତ ତାଙ୍କ ଗ୍ରାମର ଜଣେ ସ୍ବେଛାସେବୀ ପ୍ରଦୀପ ନାୟକ ମାଣିକ୍ୟପୁରରେ ରହୁଥିବା ପଶୁ ଚିକିଛକଙ୍କ ପାଖକୁ ଯାଇ କହିବାରୁ ସେ ସଫା ସଫା ମନାକରିଦେଲେ ଉକ୍ତ ସମସ୍ୟାର ଚିକିଛ ମୋ ପାଖରେ ଉପାୟ ନାହିଁ ଓ ଡାକ୍ତର ଜଣଙ୍କ ଉକ୍ତ ବଳଦ ପାଖକୁ ଯିବାପାଇଁ ବି ପ୍ରସ୍ତୁତ ହୋଇନଥିଲେ ବୋଲି ସ୍ବେଛାସେବୀ ଜଣକ କହିଥିଲେ | ତାହା ଶୁଣି ନିରାଶ ହୋଇ ତୁରନ୍ତ ୧୯୬୨ ନମ୍ବରକୁ କଲ କଲେ କିନ୍ତୁ ଉକ୍ତ ସ୍ତନରୁ ନିକଟସ୍ଥ ପ୍ରାଣୀ ଚିକିଛ କେନ୍ଦ୍ର ସହ ପରାମର୍ଶ କରିବାକୁ କହିଲେ |ସେହି ସ୍ତନରୁ ପ୍ରାଣୀ ଚିକିଛ କେନ୍ଦ୍ର ପ୍ରାୟ ୧୨ କିଲୋମିଟର ହେଲେ ବି ପୁଣି ତୁରନ୍ତ ଧରାକୋଟ ପ୍ରାଣୀ ଚିକିଛ କେନ୍ଦ୍ର ଯିବାରୁ ସେ ବି ସଫା ସଫା କହେ ଆମ ପାଖେର କୌଣସି ଉପାୟ ନାହିନୀ | ଏହାର କିଛି ସମୟ ପରେ ଉକ୍ତ ବଳଦଟି ମୃତୁ ବାରଣ କରିଥିଲା | ଏହା ଏକ ଦୁର୍ଭାଗ୍ୟ ଜଣକ କଥା ଯେ ଚିକିଛା ଅଭାବରୁ ଏକ ନିରୀହ ପ୍ରାଣୀର ଜୀବନ ଚାଲିଯିବା ସହ ଉକ୍ତ ଗରିବ ଚାଷୀର ଏକ ବଳଦ ମରିଯିବାରୁ ତାଙ୍କ ଚାଷବାସରେ ବହୁତ ଅସୁବିଧା ଘଟିବ ନେଇ ଗ୍ରାମବାସୀ ମାନେ ମତ ପ୍ରକାଶ କରିଥିଲେ | ଉକ୍ତ ଚାଷୀ ଜଣଙ୍କ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସ୍ତରରୁ ଉଚିତ ସାହାଯ୍ୟ ସହଯୋଗ ମିଳିଲେ ସେ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ |*
*ମାଣିକ୍ୟପୁରରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*
*ମୋ ନିଯଜୁ ଓଡିଶା*