ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା : ତାଲିମ ଶିବିର

 


ଭଞ୍ଜନଗର : ‘ସମତା ଓ ଅନ୍ତର୍ନିବେଶୀ ଶିକ୍ଷକ ପ୍ରଶିକ୍ଷଣ' କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ରଥଙ୍କ ପୌରାହିତ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଜେନ୍ଦ୍ର ସେଠୀ ଓ ଚରଣ ବେହେରାଙ୍କ କର କମଳରେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଥିଲା। ଉଭୟ ଦିବ୍ୟାଙ୍ଗ ଶିଶୁଙ୍କୁ ବିଦ୍ୟାଳୟରେ ମିଳୁଥିବା ସୁବିଧା ସମ୍ବନ୍ଧରେ ସୂଚନା ଦେଇଥିଲେ। ଶ୍ରୀମତୀ ଲୋପାମୁଦ୍ରା ରଥ ମଧ୍ୟ ପ୍ରଥମ ଦିବସ ଓ ଅନ୍ତିମ ଦିବସରେ ଶିବିରାର୍ଥୀଙ୍କ ନିକଟରେ ପହଞ୍ଚି ନିଜର ପ୍ରେରଣା ମୂଳକ ଅଭିଭାଷଣ ରଖିବା ସହିତ ଏହି ତାଲିମ୍ ର ଲକ୍ଷ୍ୟ ହାସଲ ରେ ନିଜକୁ ନିୟୋଜିତ କରିବାକୁ, ଶିବିରାର୍ଥୀଙ୍କୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ରୂପେ ଚିନ୍ମୟ କୁମାର ଦାସ, କଳ୍ପନା କୁମାରୀ ପ୍ରଧାନ, ଏ ଗିରିଜା ଆଚାରୀ, ସଙ୍ଗୀତା ପଣ୍ଡା, ଅରୁନ୍ଧତୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post