ଭଞ୍ଜନଗର : କରୋନା ପରେ ଭଞ୍ଜନଗରର ନୂତନ ବସ୍ଷ୍ଟାଣ୍ଡ ଚଳଚଞ୍ଚଳ ହୋଇ ଉଠିଥିଲା। କିନ୍ତୁ ଦୁଃଖର ବିଷୟ ଯେ କାର୍ଯ୍ୟକ୍ଷମ ହେବାର ଅଳ୍ପ ଦିନ ପରେ ତାହା ଏବେ ମରଣଯନ୍ତ୍ରା ପାଲଟିଛି। ବସ୍ଷଣ୍ଟାଣ୍ଡ ଭିତର ଦେଇ ଦୁଇ ପଟେ ଦୁଇଟି ବଡ଼ ଡ଼୍ରେନ ଯାଇଛି। ଏହି ଡ଼୍ରେନ ସଫା କରିବା ପାଇଁ ମଝିରେ ମଝିରେ ଲୁହାର ଗେଟ୍ ଦିଆଯାଇଛି। ବଡ଼ ବଡ଼ ବସ ଗୁଡ଼ିକ ଯାଇ ଏହି ଲୁହାର ଗେଟ୍ ଗୁଡ଼ିକ ଦବି ଗଲାଣି ତ କେଉଁଠାରେ ଭାଙ୍ଗି ଗଲାଣି। ଉକ୍ତ ବସ୍ଷ୍ଟାଣ୍ଡ ରାସ୍ତା ଦେଇ ଶତାଧିକ ବାଇକ ଏବଂ ସାଇକେଲ୍ ଯିବା ଆସିବା କରିଥାନ୍ତି। ଅଜାଣତରେ କିମ୍ବା ଭୁଲରେ ଯଦି ସେହି ଭିତରେ ପଶି ଯାଏ ତେବେ ଦୁର୍ଘଟଣା ନିଶ୍ଚିତ। ଜନସାଧାରଣ ବିପଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଅଛି। ଏପରି କିଛି ବଡ଼ ଦୁର୍ଘଟଣା ନହେବ କିଏ କହିବ। ପ୍ରକାଶଥାଉକି ଦୁଇ ବର୍ଷ ତଳେ ଜଣେ ବ୍ୟକ୍ତିର ଗୋଡ଼ ପଶି ଯାଇଥିଲା ଯାହାକୁ ବାହାର କରିବା ପାଇଁ ଗେଟ୍ଟିକୁ କାଟିବାକୁ ପଡ଼ିଥିଲା। ଭବିଷ୍ୟତରେ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା