ସଡକ ପରିବହନ ଡ୍ରାଇଭର ମହାସଙ୍ଘ ତରଫରୁ ଶ୍ରଦ୍ଧାଞ୍ଜଳି


ଭଞ୍ଜନଗର : ସହର ନିକଟ ବାଦୁଆପଲ୍ଲୀ ଗ୍ରାମର ଯୁବ ଡ୍ରାଇଭର ଦୀପକ କୁମାର ବିଷୋୟୀଙ୍କ ଏକ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ସ୍ୱର୍ଗତ ଦୀପକ ଜଣେ ମେଳାପୀ ଓ ସଡ଼କ ପରିବହନ ଡ୍ରାଇଭର ମହା ସଙ୍ଘର ଜଣେ ସକ୍ରିୟ ସଭ୍ୟ ଥିଲେ ଏବଂ ସଂଘ ଅନେକ ଗୁଡିଏ କାର୍ଯ୍ୟରେ ଯୋଗ ଦେଇ ସଂଘକୁ ସୁଦୃଢ କରିଥିଲେ। ଦୀପକଙ୍କର ଗତ ଦୁଇ ଦିନ ତଳେ ଭଞ୍ଜନଗର ନିକଟ ନୂଆଁ ଗାଁ ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ହୋଇଥିଲା ଓ ତାଙ୍କୁ ଭଞ୍ଜନଗର ଡାକ୍ତର ଖାନା ଏବଂ ପରେ ବ୍ରହ୍ମପୁରରୁ ସମ ହସ୍ପିଟାଲକୁ ପଠା ଯାଇଥିଲା କିନ୍ତୁ ଚିକିତ୍ସା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଦୀପକଙ୍କର ଦେହାନ୍ତ ଖବର ଶୁଣିବା ପରେ ସଡକ ପରିବହନ ଡ୍ରାଇଭର ମହାସଂଘ ଭଞ୍ଜନଗରର ସଭ୍ୟ ମାନେ ଶବ ଯାତ୍ରାରେ ଯୋଗ ଦେଇଥିଲେ ଓ ମର ଶରୀରରେ ପୁଷ୍ପମାଲ୍ୟ ଦେଇଥିଲେ। ସଭାପତି ଶ୍ରୀକାନ୍ତ ଦଲାଇଙ୍କ ନେତୃତ୍ୱରେ ବେଲଗୁଣ୍ଠା ଓ ଗୋବରା ଅଞ୍ଚଳର ଡ୍ରାଇଭର ଭାଇ ମାନେ ସମଶାନ ନିକଟରେ ଦୁଇ ମିନିଟ ନିରବ ପାର୍ଥନା କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସଡକ ପରିବହନ ଡ୍ରାଇଭର ମହାସଂଘ ରାଜ୍ୟ ଉପାଧ୍ୟକ୍ଷ ତଥା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ କାଞ୍ଜିଆ ମୃତକ ଦୀପକ ପରିବାରକୁ ଆଶ୍ୱାସନା ଦେବା ସହ ସଂଘ ତରଫରୁ ଯାହା ନିୟମ ଅଛି ସେ ଅନୁସାରେ ଆର୍ôଥକ ସହଯୋଗ କରିବା ସହ ବୀମା ରାଶି କେମିତି ଶୀଘ୍ର ମିଳିବ ସେଥିପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ ଯେ ସଡକ ପରିବହନ ଡ୍ରାଇଭର ମହାସଂଘ ସବୁବେଳେ ଡ୍ରାଇଭର ଭାଇ ମାନଙ୍କର ବିକାଶ ଓ ସୁବିଧା ଅସୁବିଧାରେ ସବୁ ବେଳେ ଛିଡା ହେଉଛି। ଆଜିର ଶ୍ରଦ୍ଧାଞ୍ଜଳି ସମୟରେ ଉପସଭାପତି ଅମୀୟ କୁମାର ରାହା, ସମ୍ପାଦକ ବିନୋଦ କୁମାର ସେଠୀ, ସହ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି, ଉପଦେଷ୍ଟା ଘନ ଶ୍ୟାମ ବେହେରା, ବଂଶୀଧର ପଣ୍ଡା,ଦୀପକ, ମୁନା, କାନହୁ, ପଦ୍ମନାଭ, ବିଦେଶୀ, ରାଜେନ୍ଦ୍ର, ସନ୍ତୋଷ ପ୍ରମୁଖ ଯୋଗ ଦେଇଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post