କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଚବାହାଳ ଗ୍ରାମରେ ଘଟିଯାଇଛି ଅଘଟଣ। ବିଲରେ ଧାନତଳି ରୋଉଥିବା ବେଳେ ବଜ୍ରାଘାତ ଘଟି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତାଦ୍ବୟ ସେହି ଗ୍ରାମର ଟେଣ୍ଟ ନାଏକଙ୍କ ସ୍ତ୍ରୀ ରୁକ୍ମିଣୀ ନାଏକ(୫୦) ଓ ବୋହୂ ଲବଣୀ ନାଏକ(୨୮) ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ସାଢେ ଗୋଟାଏ ସମୟରେ ଗାଁ ମୁଣ୍ଡରେ ଥିବା ନିଜ ଚାଷ ଜମିରେ ଶାଶୂ ଓ ବୋହୂ କାମ କରୁଥିଲେ। ଏତିକି ବେଳେ ହଠାତ ବଜ୍ରପାତ ହୋଇଥିଲା। ଶାଶୁ ବୋହୁ ଦୁଇଜଣ ଯାକ ବିଲରେ ହିଁ ଟଳି ପଡ଼ିଥିଲେ।ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।
Tags:
ଆଞ୍ଚଳିକ.