ଭଞ୍ଜନଗର : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ମାସିକ କବିତା ଆସର ଓ ପୁସ୍ତକ ଚର୍ଚ୍ଚା ଭଞ୍ଜନଗର ପ୍ରଗତିନଗରସ୍ଥିତ ବ୍ରହ୍ମକୁମାରୀ ଗୀତାପାଠଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡ. ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଶୂଳପାଣୀ ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ଅତିଥି ସ୍ୱାଗତ କରିଥିବାବେଳେ ପ୍ରଦୀପ କୁମାର ଶାସମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଦସ୍ୟ ରଜନୀ ସେଠୀ ପ୍ରାରମ୍ଭିକ ସଂଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଉପସଭାପତି ସୁବାଷ ଚନ୍ଦ୍ର ତାରିଣୀ ଏବଂ କୋଷାଧ୍ୟକ୍ଷ ପୁରୁଷୋତ୍ତମ ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କ ୪୫ତମ ଜନ୍ମ ଦିନ ପାଳନ କରାଯାଇଥିଲା। ସିଆରସିସି ତଥା ପ୍ରକୃତିବନ୍ଧୁ ଦ୍ୱିତୀକୃଷ୍ଣ ଲେଙ୍କା ଶ୍ରୀଯୁକ୍ତ ବେବର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ତାଙ୍କର ପୁସ୍ତକ ‘ଆମ ପରିବେଶ’କୁ ଭଞ୍ଜ ଜ୍ୟୋତିର ସମ୍ପାଦକ ସୁନୀଲ କୁମାର ପାଣି ସମୀକ୍ଷା କରିଥିଲେ। ଶ୍ରୀଯୁକ୍ତ ପାଣି କହିଥିଲେଯେ ଶିଶୁ ମନରେ ପରିବେଶ ସୁରକ୍ଷା ପ୍ରତି ଯତ୍ନ ନେବା ସହିତ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ ସୃଷ୍ଟି କରିପାରିଲା ଭଲି ଏହା ଏକ ସୁନ୍ଦର ପୁସ୍ତକ। ୨୫ରୁ ଉର୍ଦ୍ଧ୍ୱ କବି /କବୟିତ୍ରୀ କବିତା ପାଠ କରିଥିଲେ। ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର, ‘ଆମ ପରିବେଶ’ ପୁସ୍ତକ ସହିତ ବୃକ୍ଷ ପ୍ରଦାନ କରାଯାଇଥିଲା। କବୀ ଲୋପାମୁଦ୍ରା ରଥ କବିତା ସଂଯୋଜନା କରିଥିବାବେଳେ କବୀ ରଞ୍ଜୁଲତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା, ପ୍ରଫୁଲ୍ଲ କୁମାର ମହାରଣା, ନବକୁମାର ବିଷୋୟୀ, ପାର୍ଥସାଇ ବେବର୍ତ୍ତା, ସ୍ନେହାସ୍ମିତା ଆରୁଖ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା