(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ୍, ବ୍ରହ୍ମପୁରରୁ CBSE ବୋର୍ଡ ପରୀକ୍ଷା - 2025 ରେ ସଫଳତା ଅର୍ଜନ କରିଥିବା ଦ୍ଵାଦଶ ଶ୍ରେଣୀ (ବିଜ୍ଞାନ)ର ଗର୍ବିତ ତାରକା ଅଭିନବ ମିଶ୍ର (୯୬.୪%), ଦ୍ଵାଦଶ ଶ୍ରେଣୀ (ବାଣିଜ୍ୟ)ର ତାରକା ସୌରଭ ସ୍ୱାଇଁ (୯୨.୪%)ଏବଂ ଦଶମ ଶ୍ରେଣୀର ତାରକା ଅୟୁଷ୍ମାନ ରଥ (୯୫.୪%) ଙ୍କୁ MBC TV ଙ୍କ ଅନୁଦାନରେ ITI ଅଡିଟୋରିୟମ୍ରେ ଆୟୋଜିତ ହୋଇଥିବା ବିକଶିତ ଓଡ଼ିଶା - ୨୦୩୬ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ତରଫରୁ ବିଜ୍ଞାନ ବିଭାଗର ଶିକ୍ଷକ ଶ୍ରୀମାନ ରାଜେଶ କୁମାର ମହାପାତ୍ର ଯୋଗ ଦେଇ ଛାତ୍ର ତଥା ଅଭିଭାବକ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ସଫଳତା ପାଇଁ ଅଭିବାଦନ ଜଣାଇଥିଲେ। ସେମାନେ ଆଣିଥିବା ଏହି ଗର୍ବ ଓ ଗୌରବ ସହିତ ଆମେ ଗର୍ବିତ।
Tags:
ଆଞ୍ଚଳିକ.