ବୈଦେହୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାଂସ୍କୃତିକ ଉତ୍ସବ ବୈଦେହୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାଂସ୍କୃତିକ ଉତ୍ସବ

 



(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)

ବ୍ରହ୍ମପୁର : ରଥ ଯାତ୍ରା ଅବସରରେ ଗୋଷାଣୀ ନୁଆଗ୍ରାମ ଗୋପାଲ କୃଷ୍ଣ ରଙ୍ଗ ମଞ୍ଚ ପରିସରରେ ବୈଦେହୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାଂସ୍କୃତିକ ନୃତ୍ୟ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପରିଚାଳିକା ନମିତା ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ମେୟର ଶିବ ଶଙ୍କର ଦାଶ,ମଞ୍ଚ ନିର୍ଦ୍ଦେଶକ ମଦନ ମୋହନ ମିଶ୍ର, ନାଟ୍ୟକାର ଡ଼ା ତିରୁପତି ସାହୁ, ନାଟ୍ୟପ୍ରେମି ଭବାନୀ ଶଙ୍କର ମିଶ୍ର, କଳା ପ୍ରେମୀ କୈଳାଶ ପାଣିଗ୍ରାହୀ, ଆଇନଜୀବୀ କୁରେଶ୍ ପାତ୍ର, ଏନ୍. ରାମ ବାବୁ ,ଶୁଶାନ୍ତ ପାତ୍ର ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ପାଷାଣ ପରାଏ ବସିଛ କାହିଁ, ବଡ଼ ଠାକୁର୍ ବୋଲାଇ ଭଜନ ଭିଡିଓ ଉନ୍ମୋଚନ କରାଯାଇଥିଲା ।ଏଥିରେ ଡ଼ା ତିରୁପତି ସାହୁ, ନରେନ୍ଦ୍ର କୁମାର ଆଚାର୍ଯ୍ୟ , ଗଙ୍ଗାଧର ପାଣିଗ୍ରାହୀ, ଚାନ୍ଦମାମା ବେହେରା, ଗୌରୀ, ବିଦ୍ୟାସାଇ ଆଚାର୍ଯ୍ୟ, ପ୍ରମୁଖ ଅଭିନୟ କରିଥିବାବେଳେ ନିର୍ଦ୍ଦେଶନା ରେ ନମିତା ନାୟକ ସହଯୋଗ କରିଛନ୍ତି ।ଶେଷରେ ନାଟ୍ୟକାର ରାମଚନ୍ଦ୍ର ସାସମଲ ଧନ୍ୟବାଦ ଅର୍ପଣ କରିଥିଲେ। ସଂଯୋଜନାରେ ସୁୁଯ୍ୟ ପାତ୍ର ସହଯୋଗ କରିଥିଲେ । ଏଠାରେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଏକ ଭଜନ ଗାନ କରିବା ସହ ତାଙ୍କୁ ଏଠାରେ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ।

Post a Comment

Previous Post Next Post