(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସ୍ଥାନୀୟ ବାଲିପିଣ୍ଡି ହରିଜନ ସାହିର ଜନୈକ ଯୁବକକୁ ଗିରଫ କରି ପୋକ୍ସୋ କୋର୍ଟକୁ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଯୁବକ ଜଣକ ହେଲେ ହେଲେ ଅଜୟ କୁମାର ବେହେରା(୨୭) ଓରଫ୍ ଅଜୁ ।ଏ ନେଇ କେସ୍ ନଂ ୩୭୦/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତ ତିନି ବର୍ଷ ହେଲା ଅଜୟ ବୁଗୁଡା ଅଞ୍ଚଳର ଜନୈକା ନାବାଳିକା ସହିତ ସମ୍ପର୍କ ରଖିଆସୁଥିଲା। ଏ ବିଷୟ ନାବାଳିକାର ପରିବାର ଲୋକେ ଜାଣିବା ପରେ ତାକୁ ଆକଟ କରି ରଖିଥିଲେ। ଏଥିରେ ଯୁବକ ଜଣକ ବିବ୍ରତ ହୋଇ ନାବାଳିକାର ଫଟୋ ଭାଇରାଲ୍ କରିବା ନେଇ ତାଙ୍କର ପରିବାରକୁ ଧମକ ଦେଇଥିଲା । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଗତ ୮ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ପୋଲିସ ଅଜୁକୁ ଗିରଫ ସହ କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଜ୍ଯୋତିଶ୍ରୀ ସାହୁଙ୍କଠାରୁ ପ୍ରକାଶ ପାଇଛି।