ବ୍ରହ୍ମପୁର ତା ୨୦.୦୬.୨୦୨୫ ରିଖରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ, ଗଂଜାମ ଜିଲ୍ଲା ଶାଖାର ଜରୁରୀ କାର୍ଯ୍ୟକାରୀ କମିଟି ବୈଠକ ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଡି.ମୋହନ ରାଓ ସଭାପତିତ୍ୱ କରିଥିଲେ। ସମ୍ପାଦକ ଶଙ୍କର୍ଷଣ ପାତ୍ର ଗତ ବୈଠକର ବିବରଣୀ ପଠନ କରିଥିଲେ। ସଭାପତି ରାଓ ଆସନ୍ତା ଦିନରେ ୯ ଦଫା ଦାବୀ ମୁଖ୍ୟତଃ କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆୟୁସମାନ ବୟୋ ବୟୋବନ୍ଦନା ଯୋଜନା ଲାଗୁକରିବା ପାଇଁ ହଜାର ହଜାର ପୋଷ୍ଟ କାର୍ଡ ଲେଖି ମୁଖ୍ୟମନ୍ତ୍ରୀଙ୍କୁ ପଠାଇବା ବିଷୟରେ ସମୀକ୍ଷା କରିଥିଲେ ଓ ସରକାରଙ୍କ ପେନ୍ସନର ମାରଣ ନୀତି ବିରୁଦ୍ଧରେ ସମସ୍ତ ବ୍ଲକରୁ ଏହି ପୋଷ୍ଟ କାର୍ଡ ହଜାର ହଜାର ସଂଖ୍ୟାରେ ପଠାଇବା ପାଇଁ ଅନୁରୋଧ କରିଥିଲେ । ଆସନ୍ତା ୧୫.୦୭.୨୫ ତାରିଖରେ ଅଖିଳ ଭାରତ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଡ଼ାକରାରେ ହେବାକୁ ଥିବା ଆନ୍ଦୋଳନରେ ଯୋଗଦେବା ଦେବାପାଇଁ ଓ ଏକ ବିଶାଳ ମୌନ ପଦଯାତ୍ରାକରି ମାନ୍ୟବର ଭାରତର ପ୍ରଧାନ ମନ୍ତ୍ରୀ ଓ ମାନ୍ୟବର ଓଡ଼ିଶାର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବୀ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କୁ ଦିଆଯିବାପାଇଁ ସ୍ଥିର ହେଲା। ସେହିପରି
ତା୧୭.୯.୨୦୨୫ ରେ ଦିଲ୍ଲୀର ଯନ୍ତର ମନ୍ତର ରୋଡରେ ହେବାକୁ ଥୁବା ଧାରଣାରେ ଯୋଗ ଦେବାପାଇଁ ଗଂଜାମ ଜିଲ୍ଳାରୁ ବହୁସଂଖ୍ୟାରେ ଯୋଗଦେବାକୁ ସ୍ଥିର କରାଗଲା।
ରାଜ୍ୟ ସଂଗଠନର ଉପଦେଷ୍ଟା କେ.ନନ୍ଦେଷୁ ସେନାପତି, ଉପସଭାପତି Asn ଗୁପ୍ତା, ଯୁଗ୍ମ ସମ୍ପାଦକ ମହେଶ୍ୱର ସିଂ, ସହସମ୍ପାଦକ ଡି.ଗୁରୁମୂର୍ତୀ ପାତ୍ର, କିଶୋର ଚନ୍ଦ୍ର ପାତ୍ର, OSSTA ପକ୍ଷରୁ ବିଜୟ କୁମାର ବେହେରା, ନଳିନୀ କାନ୍ତ ମିଶ୍ର, ବି.ରାଙ୍ଗା ପାତ୍ର,ଦେବରାଜ କୋଠିଆ, ସୁବାଷ ଚନ୍ଦ୍ର ପଣ୍ଡା, କେଶବ ଚନ୍ଦ୍ର ଗୌଡ଼, ରାଧାକୃଷ୍ଣ ପଣ୍ଡା, ସନ୍ତୋଷ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ଡି.ଆର.କାଳିଆ, U.ମହେଶ, ନାରାୟଣ ପାଣିଗ୍ରାହୀ, ଡି.ଶ୍ରୀନିବାଶ, ପି.କେ.ଚୌଧୁରୀ, ସୋମନାଥ ଚୌଧୁରୀ, ଉଦୟନାଥ ଚୌଧୁରୀ, ସୋମନାଥ ପ୍ରଧାନ, ପ୍ରଫୁଲ୍ଲ ପତି,ନରସିଂହ ସେଠି, ସୀମାଞ୍ଚଳ ସାହୁ, ମ୍.ନରସିଂହ, ପଦ୍ମ ଚରଣ ପରିଡା, ଭଗବାନ ଆଚାରି, ବାସନ୍ତି ନାୟକ, ନିରାକାର ନାୟକ, କୃଷ୍ଣ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ କୁମାର ଦାସ, ବାଇନାଥ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ Prab ନେଇଥିଲେ।
ପରିଶେଷରେ ସେଫାଳୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଡି.ମୋହନ ରାଓ, ସଭାପତି,
ଗଂଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଗଠନ।
08895120127