(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ଗୋପାଳପୁର
ବିଶ୍ୱବିଦ୍ୟାଳୟରେ ଗତ ୨0୨୫,ଏପ୍ରିଲ ମାସରେ ହୋଇଥିବା ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ବୃତ୍ତିଗତ ସ୍ନାତକୋତ୍ତର ବିଭାଗ ପରୀକ୍ଷାର ସମସ୍ତ ପରୀକ୍ଷା ଫଳ ଗତ ମଇ ମାସ ୧0 ତାରିଖରୁ ଆରମ୍ଭ ହୋଇ ଜୁନ ୧0 ତାରିଖ ସୁଦ୍ଧା ପର୍ଯ୍ୟାୟ କ୍ରମେ ପ୍ରକାଶିତ ହୋଇଯାଇଛି l ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ଏମ. ସି. ଏ., ବୈଦ୍ୟୁତିକ ବିଜ୍ଞାନ, ଇତିହାସ, ଗୃହ ବିଜ୍ଞାନ, ଆଇ. ଆର. ପି. ଏମ., ବାଣିଜ୍ୟ, ସାମୁଦ୍ରିକ ବିଜ୍ଞାନ, ଏମ. ବି. ଏ., ଓଡ଼ିଆ , ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଆଦି ବିଭାଗର ପରୀକ୍ଷା ହାର ଶତ ପ୍ରତିଶତ ହୋଇଥିବା ବେଳେ ଵlୟୋ-ଟେକ, ଅର୍ଥଶାସ୍ତ୍ର, ପରିବେଶ ବିଜ୍ଞାନ, ଇଂରାଜୀ, ଭାଷା ବିଜ୍ଞାନ, ଆଇନ, ଗଣିତ, ସାମ୍ବାଦିକତା ଓ ଗଣ ଯୋଗାଯୋଗ, ଗ୍ରନ୍ଥଗାର ବିଜ୍ଞାନ, ରାଜନୀତି ବିଜ୍ଞାନ, ଯାତ୍ରା ଓ ପର୍ଯ୍ୟଟନ ବିଭାଗର ପରୀକ୍ଷାହାର ହାରାହାରି ୯୫ ପ୍ରତିଶତ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡ ସତ୍ୟ ନାରାୟଣ କୁଣ୍ଡୁ ଜଣାଇଛନ୍ତି l ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଛାତ୍ର / ଛାତ୍ରୀ ମାନଙ୍କୁ ସାଧୁବାଦ ଜଣାଇବା ସହ ଉତ୍ତରୋତ୍ତର କାମନା କରିଛନ୍ତି l