(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ପ୍ରକାଶିତ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପରୀକ୍ଷାଫଳରେ ଆର୍ଯ୍ୟଭଟ୍ଟ ବ୍ରହ୍ମପୁରର ଛାତ୍ର ଛାତ୍ରୀମାନେ ଗତ ୧୪ ବର୍ଷର ସଫଳତା ଅନୁପାତ ଓ ଗୁଣାତ୍ମକ ଉତ୍କର୍ଷତାର ଇତିହାସକୁ ଏହି ବର୍ଷ ମଧ୍ୟ ଦୋହରାଇଛନ୍ତି। ଅନୁଷ୍ଠାନରେ ପ୍ରସ୍ତୁତି କରୁଥିବା ୧୨୩ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨୨ ଜଣ ରାଜ୍ୟ ସରକାରୀ ମେଡିକାଲରେ ଭର୍ତ୍ତି ହେବାପାଇଁ ଆବଶ୍ୟକ ରେଙ୍କ ହାସଲ କରି ପୁନଶ୍ଚ ସଫଳ ଛାତ୍ରଛାତ୍ରୀ ଓ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଅନୁପାତ କୁ ଉଚ୍ଚତର ରଖିବାର ପରମ୍ପରା କୁ ବଜାୟ ରଖିଛନ୍ତି ।ରିତିକ୍ ରଥ ସର୍ବାଧିକ ୫୮୭ ମାର୍କ ରଖି ସର୍ବଭାରତୀୟ ସ୍ଥରରେ 2600, cat (196) ରେଙ୍କ ରଖିଥିବାବେଳେ ଅନ୍ୟ ୨୧ ଜଣ ୫୧୦ ରୁ ଅଧିକ ମାର୍ଚ୍ଚ ରଖିଛନ୍ତି। ଏଥି ମଧ୍ୟରୁ ଅନେକ ଛାତ୍ର ଛାତ୍ରୀ ନିଟ୍ ସହ ଏକାଧିକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି।ଏହା ସହ ଅନ୍ୟ ୩ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ସଫଳତା ହାସଲ କରିଛନ୍ତି। ପୂର୍ବ ବର୍ଷମାନଙ୍କ ଭଳି ଏହି ବର୍ଷ ମଧ୍ୟ ଅନୁଷ୍ଠାନ ସହାୟତାରେ ପ୍ରଶିକ୍ଷିତ ହେଉଥିବା ଅର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ର ଛାତ୍ରୀ ସଫଳ ହୋଇପାରିଛନ୍ତି ।
ପୂର୍ବ ପ୍ରକାଶିତ ଜେଇଇ ମେଇନ୍ସ ରେ ପ୍ରସ୍ତୁତି କରୁଥିବା ୩୨ ଜଣରୁ ୧୫ ଜଣ ଓ ଆଡ୍ଭାନ୍ସ୍ ରେ ୭ ଜଣରୁ ୩ ଜଣ ସଫଳ ହୋଇଛନ୍ତି।ଅନୁଷ୍ଠାନର ନିର୍ଦ୍ଦେଶକ ସୁଧୀର ରାଉତ ଓ ଶିକ୍ଷକଙ୍କ ସମେତ ତତ୍ତ୍ଵାବଧାରକ କର୍ମକର୍ତାମାନେ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା କରିଛନ୍ତି। ତା ସହ ଭବିଷ୍ୟତରେ ପିତାମାତାଙ୍କ ଆଶା ଓ ଆକାଂକ୍ଷା ପୁରଣ କରି ସମାଜର ମଙ୍ଗଳ କଳ୍ପେ କାର୍ଯ୍ୟ କରି ସୁନାମ ଅର୍ଜନ କରିବେ ବୋଲି ଆଶା ପୋଷଣ କରିଛନ୍ତି।