(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ବିଶ୍ଵ ପରିବେଶ ଦିବସ ଅବସରରେ ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ ସଚେତନତା କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ କରାଯାଇଥିଲା । ସ୍କୁଲ୍ ଅଧକ୍ଷ କେ. ସି ପଣ୍ଡା ଙ୍କ ଉପସ୍ଥିତିରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ନିର୍ଦ୍ଦେଶକ ଜି.ଏସ.ପଣ୍ଡା, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା ଡ.ବିନାୟକ ସାହୁ ଓ ଉଷାରାଣୀ ପଟନାୟକ ପ୍ରମୁଖ ଉପସ୍ଥିତ ରହି ବିଶ୍ଵ ପରିବେଶ ଦିବସ ସମ୍ପର୍କ ନେଇ ନିଜ ନିଜ ମତ ଦେଇ ଆଜିର ଯୁଗରେ ପରିବେଶ ର ସୁରକ୍ଷା ଲାଗି ବୃକ୍ଷ୍ ରୋପଣ ର ଆବଶ୍ୟକତା ରହିଛି ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ । ସ୍କୁଲରେ ଏପରି ପରିବେଶ ଦିବସ ପାଳନ କରାଯାଇ ଥିବାରୁ ଏଠାରେ ସମସ୍ତ ଛାତ୍ର ଛାତ୍ରୀ ଖୁସି ଅନୁଭବ କରିଥିଲେ ।