(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ସେବା ସୁଶାସନ ଗରିବ କଲ୍ୟାଣ ପାଇଁ ସରକାର ସମର୍ପିତ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ରାଜ୍ୟ ସରକାରର ୧ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟିର ସରକାର ସଫଳତାର ସହିତ ଦୁର୍ନୀତି ମୁକ୍ତ ସରକାର ଆଜି ଓଡ଼ିଶା ରେ ୧ ବର୍ଷ ପୂର୍ତ୍ତି ହୋଇସାରିଛି । ଏହି ଉପଲକ୍ଷେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଯୁବକ ଚାଷୀ ଏବଂ ଆଦିବାସୀ ମାନଙ୍କର ବିଭିନ୍ନ ଉନ୍ନୟନ ମୂଳକ କାମ ସରକାର ହାତକୁ ନେବା ସହିତ ମହିଳା ସଶକ୍ତି କରଣ ହେଉ କିମ୍ବା ଯୁବକ ମାନଙ୍କୁ ଆତ୍ମ ନିର୍ଭର କରିବା ହେଉ , କିମ୍ବା ସରକାରୀ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବା ହେଉ ବିଭିନ୍ନ ଜାଗାରେ ନିଜର ରିପୋର୍ଟ କାର୍ଡ ମାଧ୍ୟମରେ ନିଜର ରିପୋର୍ଟ କାର୍ଡକୁ ସର୍ବସମ୍ମୁଖ କରୁଛନ୍ତି ଏବଂ ମାନ୍ୟବର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏହି କ୍ରମରେ ଆସନ୍ତା କାଲି ୨୩.୦୬.୨୦୨୫ ତାରିଖ ପୂର୍ବାହ୍ନ ୧୦ ଟା ସମୟରେ ଆସିକା ଠାରେ ହେବାକୁ ଥିବା "ଯୁବଶକ୍ତି ସମାବେଶ" ରେ ଓଡ଼ିଶାର ମାନ୍ୟବର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ ମଣ୍ଡଳର ବହୁ ମନ୍ତ୍ରୀ, ସାଂସଦ, ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ଦେଖିଲେ ଗମନା ଗମନ କ୍ଷେତ୍ରରେ ଗୋପାଳପୁର ପୋର୍ଟର କଥା ହେଉ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପର କଥା ହେଉ ବ୍ରହ୍ମପୁର ରିଂରୋଡ଼ର କଥା ହେଉ ଭଞ୍ଜନଗର ରାଞ୍ଚି ବିଜୟୱାଡ଼ା କରିଡ଼ର ର କଥା ହେଉ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାମ ତତ୍ ସହିତ ଧାନର ଏମଏସପି ମୂଲ୍ୟ ବୃଦ୍ଧିହେବା କୃଷକ ମାନଙ୍କୁ ଆତ୍ମନିର୍ଭର କରିବା ସହ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ସ୍ବାବଲମ୍ବୀ ସହ ସଶକ୍ତିକରଣ ହେଇଛି କିନ୍ତୁ ବୃହତ୍ ଯୁବାବର୍ଗଙ୍କ ପାଇଁ ଯେଉଁଭଳି ଭାବରେ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାର ବୃହତ ମୂଳକ କାମ କରିଛନ୍ତି ତାର ଉପରେ ସବିଶେଷ ବିବରଣୀ ପାଇଁ ରାଜ୍ୟ ସରକାରଙ୍କ ତରଫରୁ "ଯୁବଶକ୍ତି ସମ୍ମିଳନୀ" ଆସିକା ଠାରେ ଅନୁଷ୍ଠିତ ହେବାକୁ ଯାଉଛି , ଗଞ୍ଜାମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଟାଟା ସ୍ପେଶାଲି ଇକୋନୋମି ଜୋନରେ ୨୮ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହିତ ୪୫ ହଜାରର ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ କିମ୍ବା ସରକାରୀ ଚାକିରି କ୍ଷେତ୍ରରେ ଯୁବକ ଯୁବତୀଙ୍କ ବୟସ ୩୨ ରୁ ୪୨ ବର୍ଷକୁ ବୃଦ୍ଧି ହେଉ,ପାଖାପାଖି ୨୮ ହଜାର ସରକାରୀ ନିଯୁକ୍ତି କଥା ହେଉ , ଏହି ଭାବରେ ଯୁବକ ମାନଙ୍କୁ ଶିକ୍ଷା ନିଯୁକ୍ତି ଦେବା ପାଇଁ ଆସନ୍ତାକାଲି ଯେଉଁ "ଯୁବଶକ୍ତି ସମ୍ମିଳନୀ" ହେବ ତାର ପୂର୍ବ ପ୍ରସ୍ତୁତି ବୈଠକ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏଥିରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ ପାତ୍ର, ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକ ପ୍ରମୁଖଙ୍କ ସମେତ ବହୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।