କୋଦଳା
ଜିଲ୍ଲାପ୍ରଷାସନ ଙ୍କ ଅଭିଜୋଗ ଶୁଣାଣି ଆଜି ଗଞ୍ଜାମଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ଯାଳୟ ରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ତଥା ଆଖପାଖ ଅଞ୍ଚଳରୁ ଲୋକଙ୍କ ସମସ୍ଯା ଏବଂ ଗ୍ରାମର ସମସ୍ଯାର ଅଭିଜୋଗ ନେଇ ଆସିଥିବା ପ୍ରାୟ ୨୦୦ ପାଖାପାଖି ଅଭିଯୋଗ ୨୬ ଗୋଟି ପଞ୍ଚାୟତ ଓ ପୋଲସରା ଏନ୍ ଏ ସି ମଧ୍ୟରୁ ଲୋକମାନଙ୍କ ଅଭିଜୋଗ ଶୁଣିଛନ୍ତି ଗଞ୍ଜାମଜିଲ୍ଲା ପାଳ ଏବଂ ଜିଲ୍ଲା ଆରଖି ଅଧିକ୍ଷକ ! ଆସିଥିବା ପ୍ରତ୍ଯୋକ ବିଭାଗିୟ ଅଧିକାରି ମାନେ ମଧ୍ୟ ଉପସ୍ତିତ ରହିଥିଲେ ! ଅଭିଯୋଗ ଗୁଡ଼ିକୁ ଗ୍ରହଣ କରିବା ସହିତ ଯଥା ଶୀଘ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇ, ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ସହାୟତା ଯୋଗାଇଦେବାପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ଶଶିଭୂଷଣ ମହାପାତ୍ର, ତହସିଲଦାର ଦିପ୍ତିମୟୀ ପାତ୍ର, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା, ଆଇଆଇସି କୈାଶିକ ମାଝୀ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟର କର୍ମକର୍ତ୍ତା ଉପସ୍ଥିତ ଥିଲେ।