(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଆସିକା ଓ ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ ଦେଈ ଯାଉଥିବା କାଳଷଣ୍ଡପୁର ପାଟିଳିଗୁଡା ନିକଟସ୍ଥ ୦୧ ଏକ ଫନିଚର ଦୋକାନରୁ ଆସିକା ପୋଲିସ ହାତରେ ଲାଗିଛି ଏକ ଚୋରି ଗଞେଇ ଗାଡି ବିଶେଷ ସୂତ୍ରରୁ ସୂଚନା ପାଈ ଆସିକା ପୋଲିସ୍ ଥାନା ଗତକାଲି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ରାଈକିଆ ଅଞଳରୁ ଏକ ଓଡ ୦୭ ଏ.ଆର. ୪୨୮୬ ନମ୍ବର ଗାଡିରେ ୧୩ ପକେଟ୍ ଗଞେଇ ୪କୁଈଣ୍ଟାଲ ୭ ଶହ ୮୦ ଗ୍ରାମର ଗଞେଇ ଥିବା ସୂଚନା ପାଈଥିଲେ।ସେହି ଗାଡ଼ିକୁ ବ୍ରହ୍ମପୁର ସଦରଥାନା ଆକୁଶପୁର ନିକଟସ୍ଥ ଚଡେଈମରା ଗ୍ରାମର ପି. ମୋହନ ୩୨ ବୋଲି ଆସିକା ପୋଲିସ୍ ଥାନା ପ୍ରକାଶ କରିଛି। ଜବତ୍ ହୋଈଥିବା ଗଞେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ହେବ ବୋଲି ଜଣା ପଡିଛି। ଆସିକା ପୋଲିସ୍ ଥାନା କେଶ ନମ୍ବର ୩୪୭/୨୫ ଧାରା ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଆସିକା ଥାନା ଅଧିକାରୀ କୂଳମଣୀ ସେଠୀ, ଶିବରାମ ସ୍ୱାଈ, ହିମାଂଶୁ ପାତ୍ର ପ୍ରମୁଖ ଚୋରୀ ଗଞେଇ ଗାଡ଼ିକୁ ଧରିବାରେ ସହଯୋଗ କରିଛନ୍ତି।