(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର : ସୁସ୍ଥ, ସଶକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ବିଶ୍ଵର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରେସ କ୍ଲବ ବ୍ରହ୍ମପୁର ପରିସରରେ ମଙ୍ଗଳବାର ଅପରାହ୍ନରେ କ୍ଳବ୍ ଏକ ସଭାକାର୍ଯ୍ୟ ଆୟୋଜିତ ହୋଇଯାଇଛି । ସଭାପତି ଅଶୋକ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରହଲ୍ଲାଦ ସାହୁ, ଯୁଗ୍ମ ସମ୍ପାଦକ ଗୋପାଳ କୃଷ୍ଣ ରେଡ୍ଡୀ, କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କ୍ଲବର ସଦସ୍ୟ ତଥା ବରିଷ୍ଟ ସାମ୍ବାଦିକ ମାନେ ନିଜ ନିଜ ବକ୍ତବ୍ୟରେ ଆଜିର ଏହି ମହାନ୍ ଦିବସ ବିଷୟର ବର୍ଣ୍ଣନା କରିବା ସହ ଆଗାମୀ ଦିନରେ ସାମ୍ବାଦିକତା କିଭଳି ଭାବେ ନିରପେକ୍ଷ ଓ ନିର୍ଭୀକ ହେବା ସହ ଦଳିତ ଓ ଅସହାୟ ମାନଙ୍କ ପାଇଁ ଏକ ଆଶା ବାଡି ରୂପେ ପରିଗଣିତ ହୋଇପାରିବ ସେ ଦିଗରେ ମତ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ କ୍ଳବ୍ ଯୁଗ୍ମ ସମ୍ପାଦକ ଶ୍ରୀ ରେଡ୍ଡୀ ନିଜ ବକ୍ତବ୍ୟରେ ବହୁ ଆହ୍ବାନ ଦେବା ସହ ମହାନଗର ନିଗମ ଦ୍ଵାରା ନିର୍ମିତ କ୍ଳବ୍ ପରିସରରେ ଦେବର୍ଷି ନାରଦଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବ ଦେବା ସହ ଏହାକୁ ଅତି ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସଭାରେ କହିଥିଲେ । ସେହିପରି ସାମ୍ବାଦିକତା କ୍ଷେତ୍ରରେ ଆହୁରି ଅଧିକ ସକ୍ରିୟ ହେବା ସହ କିଭଳି ଆହୁରି ଅଧିକ ଜ୍ଞାନ ଆହରଣ କରିବା ସେନେଇ ଏକ କର୍ମଶାଳା ଆୟୋଜନ ପାଇଁ ସାମ୍ବାଦିକ ମାନେ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶକ୍ତିଧର ରାଜଗୁରୁ, ସମୀର ଆଚାର୍ଯ୍ୟ, ପ୍ରଶାନ୍ତ ଦାସ, ନାରାୟଣ ମହାକୁଡ଼, ଅଭିଜିତ କର, ସୁଦୀପ ସାହୁ, ଆଶୀର୍ବାଦ ରାଉତ, ସ୍ଵାଧୀନ ସାହୁ, ଅମର ଦାସ, ନିର୍ମଳ ସାହୁ, କୁନା ମିଶ୍ର, ଅନନ୍ତ ଆପଟ, ବିକେ ବିଶାରଦ, ଜଗନ୍ନାଥ ପଣ୍ଡା, ସୁନିଲ ସାହୁ, ପ୍ରଶାନ୍ତ ପ୍ରତିନିଧି, ଦିନେଶ ପଟ୍ଟନାୟକ, ସୁନିର୍ ବିଶ୍ଵାସ, ମନୋଜ ପଣ୍ଡା, କିରଣ ମିଶ୍ର, ଗୌରୀ ଶଙ୍କର ମିଶ୍ର, ଉମା ଶଙ୍କର ମିଶ୍ରଙ୍କ ସମେତ ଅନ୍ୟ ବହୁ ସଦସ୍ୟ ଓ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ। ଶେଷରେ କୋଷାଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।