ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପୁଟୁ ଗ୍ରାମ ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଜଣ ଶୁଣାଣି କାର୍ଯ୍ୟକ୍ରମ |*

 


*ମୋ ନିଯଜୁ ଓଡିଶା ଧରାକୋଟ :- ଆଜି ଦିନାଙ୍କ ୭/୫/୨୦୨୫ ବୁଧବାର ଦିନ ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଞ୍ଚାୟତ ର ପୁଟୁ ଗ୍ରାମ ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀ ଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି  | ଏହି କାର୍ଯ୍ୟକ୍ରମ ରେ ଧରାକୋଟ ବ୍ଲକର ତମାମ ପାଞ୍ଚାୟତର ୯୦୦ ରୁ ଉର୍ଦ୍ଧ ଲୋକ ନିଜର ସମସ୍ୟା ନେଇ ଉପସ୍ଥିତ ଥିଲା ବେଳେ ସମସ୍ତ ସମସ୍ୟା ର ସମାଧାନ ପାଇଁ ମାର୍ଗ ବାହାର କରାଯାଇଥିଲା | ତତ ମଧ୍ୟ ରୁ ୪୦୦ ଅଭିଯୋଗ ର ତତକ୍ଷଣାତ ପ୍ରତିକାର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ, ଜଳ ବିଭାଗ ଏବଂ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସହ  ଯୋଗାଯୋଗ କରି ସମାଧାନ କରା ଯାଇଥିଲା | ଉକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଇଂ.ଉତ୍ତମ କୁମାର ପାଣିଗ୍ରାହୀ, ଆସ୍କା ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ୱାଇଁ ଏବଂ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁନୀଲ କୁମାର ମହାନ୍ତି ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ଧରାକୋଟ ମଣ୍ଡଳ ସଭାପତି ଶ୍ରୀ ପ୍ରଭାକର ପ୍ରଧାନ, ମଣ୍ଡଳ ପ୍ରତିନିଧି ଶ୍ରୀ ଶିବ ଶଙ୍କର ପାତ୍ର, ଜାହାଡା ମଣ୍ଡଳ ସଭାପତି ଶ୍ରୀ ଜିତେନ୍ଦ୍ର ବିଷୋୟୀ, ମଣ୍ଡଳ ପ୍ରତିନିଧି ଶ୍ରୀ ଗରିବ ନାୟକ, ମାଣିକ୍ୟପୁର ମଣ୍ଡଳ ସଭାପତି ଶ୍ରୀ ଟୁକୁନା ନାୟକ, ମଣ୍ଡଳ ପ୍ରତିନିଧି ଶ୍ରୀ ଶଙ୍କର ପାଣିଗ୍ରାହୀ, ନାରାୟଣ ଗୌଡ଼, ରାଜେଶ କର, ପ୍ରଶାନ୍ତ ସ୍ୱାଇଁ, ସଞ୍ଜୟ ପ୍ରଧାନ, ସାନଖେମୁଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସରୋଜ ବିଶ୍ୱାଳ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ର ପରିଚାଳନା ଧରାକୋଟ ବ୍ଲକ ର ଉଦୀୟମାନ ନେତା ଶ୍ରୀ ମାନସ ରଞ୍ଜନ ନାୟକ, ଯୁବ ନେତା ଶ୍ରୀ ମିଥୁନ ପ୍ରଧାନ, ଯୁବ ନେତା ଶ୍ରୀ ଦେବାଶିଷ ମିଶ୍ର, ଶିବଶଙ୍କର ମହାନ୍ତି, ଶଙ୍କର, ଦିପୁ ଓ ଆହୁରି ଅନେକ ସକ୍ରିୟ କର୍ମୀ ଉପସ୍ଥିତ ରହି ପରିଚାଳନା କରିଥିଲେ | ବିଧାୟକ ପ୍ରାର୍ଥୀ ଶ୍ରୀ ଉତ୍ତମ ପାଣିଗ୍ରାହୀ ଉପସ୍ଥିତ ଥିବା ସମସ୍ତ ଅଭିଯୋଗକାରୀ ଙ୍କ ସହ ସମସ୍ତ ଧରାକୋଟ ବ୍ଲକ ବାସି ଙ୍କୁ ସାନ୍ତ୍ୱନା ଦେଇ କହିଥିଲେ  ସେ ବ୍ୟକ୍ତିଗତ ଭାବେ ସମସ୍ତ ଙ୍କ ପାଖରେ ପହଞ୍ଚି ସମସ୍ତ ଙ୍କ ସମସ୍ୟା ର ସମାଧାନ କରିବାରେ ପ୍ରୟାସ କରିବେ |*


*ଗଂଜାମରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*

           *ମୋ ନିଯଜୁ ଓଡିଶା*

Post a Comment

Previous Post Next Post