ମାଟ୍ରିକ୍ ପରୀକ୍ଷାରେ ବେଗୁନିଆପଡ଼ା ବ୍ଲକ ପାଇଁ ଗୌରବ ଆଣିଲେ ଶକ୍ତି

 


ଚାଷୀ ପରିବାରର ଛାତ୍ର ପାଠ ପଢି ଦମ୍ ଦେଖାଇଲେ। ମାଟ୍ରିକ ପରୀକ୍ଷାରେ ବ୍ଲକ ପାଇଁ ଆଣିଲେ ଗୌରବ ।ଏକମାତ୍ର ଛାତ୍ର ଭାବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପାଇଁ ସୁନାମ ଅର୍ଜନ କରିଛନ୍ତି। ବେଗୁନିଆପଡ଼ା ବ୍ଳକରେ ମାଟ୍ରିକ ଟପ୍ପର ହୋଇଛନ୍ତି କୋଦଳା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଛାତ୍ର ଶକ୍ତି ପ୍ରଧାନ ।କୋଦଳା ଏନଏସି ର ଖଲାଡି ସାହିର ବାପା ଆରତ ପ୍ରଧାନ ଓ ମା ଆରତୀ ପ୍ରଧାନଙ୍କ ସୁଯୋଗ୍ଯ ସନ୍ତାନ ଶକ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବ୍ଲକ ମାଟ୍ରିକ ଟପ୍ପର ହୋଇଛନ୍ତି କୋଦଳା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଛାତ୍ର ଶକ୍ତି ପ୍ରଧାନ। ଏକମାତ୍ର ଛାତ୍ର ଭାବେ ୫୪୩ ମାର୍କ ରଖି (୯୦.୫୦%)  ଏ ୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ବେଗୁନିଆପଡ଼ା ବ୍ଲକ ତଥା କୋଦଳା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଚଳିତ ବର୍ଷ ବେଗୁନିଆପଡ଼ା ବ୍ଳକରେ ମୋଟ ୧୭୯୨ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୭୫୪ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ତେବେ ପୁରା ବ୍ଲକରେ ଏକମାତ୍ର ଛାତ୍ର ଭାବେ ଏ ୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଶକ୍ତି। ତେବେ ଚଷା ପରିବାରର ଛାତ୍ରକଂ ଏଭଳି ସଫଳତାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି। ଆଗାମୀ ଦିନରେ ମଧ୍ୟ ଉତ୍ତମ ଅଧ୍ଯୟନ କରି ସିଭିଲ ସର୍ଭିସ ପାଠ ପଢିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ଶକ୍ତି। ବାପା ମା ଓ ଭଉଣୀ ପୂଜାକଂ ପ୍ରେରଣା ଏବଂ ସ୍ବର୍ଗତ ଅଜା ପ୍ରବାସୀ ଜେନାଙ୍କ ପ୍ରେରଣା ଆଜି ବଡ଼ ସଫଳତା ଦେଇଥିବା ପ୍ରକାଶ କରିଛନ୍ତି ଶକ୍ତି। ପୁଅର ଏଭଳି ସଫଳତାକୁ ନେଇ ବାପା ମାଆଙ୍କ ଆଖିରେ ଖୁସିର ଲୁହ ଝରି ଯାଇଛି। ରବିବାର ବେଗୁନିଆପଡ଼ା ଅଞ୍ଚଳର ସାମ୍ବାଦିକ ବିଜୟ କୁମାର ନାୟକ, ସୁଶାନ୍ତ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଲେଇ ଶକ୍ତିକଂ ପରିବାର ନିକଟରେ ପହଞ୍ଚି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Post a Comment

Previous Post Next Post