ସୌରଶକ୍ତି ସାଥେ ଆଗକୁ ବଢ଼ୁଛି, ଟିପିଏସ୍ଓଡିଏଲ ସମଗ୍ର ଦକ୍ଷିଣ ଓଡ଼ିଶାରେ ୧୬ଟି ସ୍ଥାନରେ ୩୯୬.୪ କିଲୋୱାଟ୍ କ୍ଷମତାର ସୌର ପ୍ୟାନେଲ ସ୍ଥାପିତ

 


((ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ପରିବେଶ ଓ ପର୍ଯ୍ୟାବରଣର ସ୍ଥିରତା ଓ ସୁରକ୍ଷା ତଥା ନବୀକରଣଯୋଗ୍ୟ ଶକ୍ତି ଆପଣେଇବା କ୍ଷେତ୍ରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) ଦକ୍ଷିଣ ଓଡ଼ିଶାର ୧୬ଟି ସ୍ଥାନରେ ୩୯୬.୪ କିଲୋୱାଟ୍ କ୍ଷମତାର ସୌର ପ୍ୟାନେଲ ସଫଳତାର ସହିତ ସ୍ଥାପନ କରିଛି । ଏକ ଦାୟିତ୍ୱସମ୍ପନ୍ନ ବିତରଣ ସଂସ୍ଥା ଭାବରେ ଟିପିଏସ୍ଓଡିଏଲ୍ ତାର ପରିଚାଳନାଗତ ଭିତ୍ତିଭୂମିରେ ସ୍ୱଚ୍ଛ ଶକ୍ତିକୁ ଆପଣାଇ ନୂଆ ରୂପ ଦେଇଛି । ଏହି ସୌର ପ୍ୟାନେଲଗୁଡ଼ିକ କମ୍ପାନୀର କର୍ପୋରେଟ୍ କାର୍ଯ୍ୟାଳୟ, ସର୍କଲ ଅଫିସ, ଡିଭିଜନ ଅଫିସ ସମେତ ପ୍ରାଇମେରୀ ସବଷ୍ଚେସନ ଓ ସେକ୍ସନ ଅଫିସରେ ସ୍ଥାପିତ ହୋଇଛି । ଏହି ସ୍ଥାନଗୁଡ଼ିକରେ ସୌର ପ୍ୟାନେଲ ସ୍ଥାପନ ହେବା ପରେ କେବଳ ଦୈନନ୍ଦିନ ବିଜୁଳି ଆବଶ୍ୟକତା ଯେ ପୂରଣ ହୋଇପାରୁଛି ତାହା ନୁହେଁ ବରଂ ଶକ୍ତି କ୍ଷେତ୍ରରେ ଏକ ସ୍ଥାୟୀ ବିକଳ୍ପ ଭାବରେ ବ୍ୟବହାର ହେବା ସହିତ ଉକ୍ତ ଅଞ୍ଚଳରେ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛି । ବ୍ରହ୍ମପୁର ସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟରେ ୧୦୦କିଲୋୱାଟର ସୌର ପ୍ୟାନେଲ ସ୍ଥାପନା ହୋଇଥିବାବେଳେ କମ୍ପାନୀର ଛତ୍ରପୁର ଡିଭିଜନରେ ୩୪.୧କିଲୋୱାଟ, ଏମଆରଟି ଆମ୍ବଗଡ଼ଠାରେ ୨୭.୫କିଲୋୱାଟ, ଶାସନ ଆମ୍ବଗାଁ ପିଏସ୍ଏସ୍ ରେ ୨୮.୬କିଲୋୱାଟ କ୍ଷମତାର ସୌର ପ୍ୟାନେଲ ସ୍ଥାପନ ହୋଇଥିବାବେଳେ ହିଞ୍ଜିଳି ସିଆରସି, ଡିଭିଜନ ଅଫିସ ଓ ପିଏସ୍ଏସ୍ ଠାରେ ମୋଟ ୨୮.୦୫କିଲୋୱାଟ କ୍ଷମତାର ସୌର ପ୍ୟାନେଲ ସ୍ଥାପନ ହୋଇଛି ।  

 ସେହିପରି ଭଞ୍ଜବିହାର ପିଏସ୍ଏସ୍(୧୬.୫କିଲୋୱାଟ), ନରେନ୍ଦ୍ରପୁର ପିଏସ୍ଏସ୍(୧୮.୭କିଲୋୱାଟ), ତାରାତାରିଣୀ ପିଏସ୍ଏସ୍(୧୭.୦୫କିଲୋୱାଟ), ଗୋପାଳପୁର ପିଏସ୍ଏସ୍(୧୫.୪କିଲୋୱାଟ) ଏବଂ ଗଞ୍ଜାମ ପିଏସ୍ଏସ୍(୧୭.୦୫କିଲୋୱାଟ୍)ରେ କ୍ଷମତାର ସୌର ପ୍ୟାନେଲ ସ୍ଥାପନ ହୋଇଛି । ଆମ୍ବଗଡ଼ ପିଏସ୍ଏସ୍, ରାମଚନ୍ଦ୍ରପୁର ପିଏସ୍ଏସ୍, ଗୋଲନ୍ଥରା/ମନ୍ତ୍ରୀଡିହ ପିଏସ୍ଏସ୍, ତାରାତାରିଣୀ ସେକ୍ସନ ଅଫିସ, ସିଟି ସର୍କଲ ଅଫିସ ଏବଂ ହିଞ୍ଜିଳି ଓ କଞ୍ଚୁଡୁ ସେକ୍ସନ ମଧ୍ୟ ସବୁଜ ଶକ୍ତିକୁ ଆପଣେଇବା ଦିଗରେ ସହଯୋଗ କରୁଛନ୍ତି । ସୌରଶକ୍ତିକୁ ଆପଣେଇବା ଫଳରେ ଏହି ସ୍ଥାନଗୁଡ଼ିକରେ ବିଦ୍ୟୁତ ବିଲ୍ ହ୍ରାସ ହେବା ପରିଲକ୍ଷିତ ହୋଇଛି । ଉନ୍ନତ ସ୍ମାର୍ଟ ମିଟର ସାଙ୍ଗକୁ ଇଣ୍ଟରନେଟ ମାଧ୍ୟମରେ ମନିଟରିଂ ସିଷ୍ଟମକୁ ଆପଣାଇଛି ଟିପିଏସ୍ଓଡିଏଲ୍ । ଯଦ୍ୱାରା ସଠିକ୍ ସମୟରେ ଶକ୍ତିର ବ୍ୟବହାର ଓ ଉତ୍ପାଦନକୁ ପରିଚାଳନା କରିବା ଓ ନୀରିକ୍ଷଣ କରିବାରେ ସହାୟକ ହୋଇପାରୁଛି । ସମସ୍ତ ସ୍ଥାପନା ଉଚ୍ଚତମ ସୁରକ୍ଷା ଓ ଇଞ୍ଜିନିୟରିଂ ମାନକକୁ ପାଳନ କରୁଛି ଯାହାଦ୍ୱାରା ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ଓ ଏହାର ଦକ୍ଷତାକୁ ପ୍ରତିପାଦନ କରିବାରେ ସହାୟକ ହୋଇପାରୁଛି ।କମ୍ପାନୀର ଏହି ପଦକ୍ଷେପ ପରିବେଶ, ସାମାଜିକ ଓ ଶାସନ (ଇଏସଜି) ଏଜେଣ୍ଡାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଟିପିଏସ୍ଓଡିଏଲର ଏହି ପ୍ରୟାସ ଯୋଗୁଁ ପ୍ରତିବର୍ଷ କେବଳ ୩୮୮.୫ ଟନ୍ କାର୍ବନ ଡାଇଅକ୍ସାଇଡ୍ (CO₂) ହ୍ରାସର ଲକ୍ଷ୍ୟ ସାଙ୍ଗକୁ ଜଳବାୟ ନେଇ

ଟିପିଏସ୍ଓଡିଏଲର ଏହି ସଫଳତା ବାବଦରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି “ସ୍ଥାୟୀ ବିକାଶ ଟିପିଏସ୍ଓଡିଏଲର କେବଳ ଏକ ପଦକ୍ଷେପ ନୁହେଁ; ଏହା ଆମର ପରିଚାଳନାଗତ ଦାୟିତ୍ୱ ଏବଂ ଏହା ଆମ ଡିଏନ୍ଏରେ ଅଛି । ଭବିଷ୍ୟତରେ ଦକ୍ଷିଣ ଓଡ଼ିଶାକୁ ଏକ ସବୁଜ ଶକ୍ତିର ଉତ୍ସ କରି ଗଢ଼ି ତୋଳିବା କ୍ଷେତ୍ରରେ ଏହିସବୁ ସୌର ପ୍ୟାନେଲ ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏହା ସହିତ କାର୍ବନ ପଦଚିହ୍ନ ହ୍ରାସ କରିବାରେ ଏହି ପଦକ୍ଷେପ ସହାୟକ ହେବ” । ଭବିଷ୍ୟତରେ ଟିପିଏସ୍ଓଡିଏଲ୍ ସୌର ଶକ୍ତି କ୍ଷେତ୍ରରେ ବହୁ ମହତ୍ତ୍ୱାକାଂକ୍ଷୀ ଯୋଜନାମାନ ରଖିଛି ଯାହା ସୌର ଶକ୍ତିର ବିକାଶ ଦିଗରେ ବେଶ୍ ଉପଯୋଗୀ ହୋଇପାରିବ । କମ୍ପାନୀ ଆଗାମୀ ଦିନରେ ଏହାର ୧୦ଗୋଟି ପ୍ରାଇମେରୀ ସବଷ୍ଟେସନ, ସେକ୍ସନ ଅଫିସକୁ ସୌର ଚାଳିତ କରିବାର ଲକ୍ଷ୍ୟ ରଖିଛି ।

Post a Comment

Previous Post Next Post