ପୁନମ ପ୍ରଧାନ ବ୍ଲକ୍ ଟପ୍ପର

(ମୋ ନ୍ୟୁୁଜ ଓଡ଼ିଶା)

ବୁଗୁଡ଼ା,୩/୦୫(ସୋରେନ କୁମାର ପ୍ରଧାନ):ପ୍ରକାଶିତ ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବୁଗୁଡ଼ା ବ୍ଲକର ଛାତ୍ରଛାତ୍ରୀଉତ୍ସାହିତ ଥିବା ଜଣାପଡ଼ିଛି। ଏଥର ବୁଗୁଡ଼ା  ବ୍ଲକଅନ୍ତର୍ଗତ ୨୭ଟି ହାଇସ୍କୁଲ ମଧ୍ଯରୁ ୩ଟି ହାଇସ୍କୁଲର ୭ ଛାତ୍ରଛାତ୍ରୀ ଏ-୧ ରେ ଉତ୍ତୀର୍ଣ୍ଣ  ହୋଇଛନ୍ତି । ବୁଗୁଡା ବ୍ଲକର ବିରଞ୍ଚିପୁର ଗ୍ରାମସ୍ଥ ଶ୍ରୀ ରାଧାକୃଷ୍ଣ ହାଇସ୍କୁଲର ମେଧାବୀ ଛାତ୍ରୀ ପୁନମ୍ ପ୍ରଧାନ ସର୍ବାଧ‌ିକ ୫୬୫ ମାର୍କ ପ୍ରାପ୍ତ କରି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ସେହିପରି ସେହି ରାଧାକୃଷ୍ଣ ହାଇସ୍କୁଲର ଛାତ୍ର ଟି.ର୍କିତ୍ତୀମାନ ପାତ୍ର ୫୬୧, ଛାତ୍ରୀ ଯୁଗରୂପା  ଯୁଗାନ୍ତିକା ସାହୁ ୫୪୯ ଓ ଛାତ୍ରୀ ଶୁଭସ୍ମିତା ଗୌଡ ୫୪୦ ମାର୍କ ଏବଂ ସୋରଡ ହାଇସ୍କୁଲର ଛାତ୍ରୀ ଇ.ଶୁଭଶ୍ରୀ ରାଓ ୫୫୬ ମାର୍କ, ମାଣିତରା ହାଇସ୍କୁଲର ଛାତ୍ରୀ ସୋନାଲି ସାହୁ ୫୫୪ ଓ ପି.ଶ୍ରଦ୍ଧାଶ୍ରୀ ପାତ୍ର ୫୪୨ ମାର୍କ ହାସଲ ପୂର୍ବକ ଏ –୧ରେ  ଉତ୍ତୀର୍ଣ ହୋଇ ସ୍ୱ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ତେବେ ଛାତ୍ରୀ ପୁନମ୍ ପ୍ରଧାନ ସର୍ବାଧ‌ିକ ୯୪.୧୬ ପ୍ରତିଶତ ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ସର ହୋଇଥିବାରୁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି I ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧୀକାରୀଙ୍କ କାର୍ଯାଳୟ ଅଧୀନସ୍ଥ ୧୦ କେନ୍ଦ୍ରଟେ ମୋଟ ୧୭୪୩ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ I

Post a Comment

Previous Post Next Post