ପହଲ୍ ଗ୍ରାମ ର ଆତଙ୍କ ନାମରେ ଦେଶପ୍ରେମ ସଙ୍ଗୀତ ଉନ୍ମୋଚନ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ପହେଲ ଗ୍ରାମ ରେ ଆତଙ୍କ ନାମରେ ଏକ ଦେଶାତ୍ମକ ସଙ୍ଗୀତ ଆଲବମ୍ ର ଉନ୍ମୋଚନ ହୋଇଛି । ଲୁଚାପଡ଼ା ରୋଡ ସ୍ଥିତ ରଘୁନାଥ ମଠ ପ୍ରାଙ୍ଗଣରେ ଆୟୋଜିତ ଦେଶାତ୍ମକ ସଙ୍ଗୀତ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ଏଲ୍.ମୋହନ ଦାସ, ସମ୍ମାନୀତ ଅତିଥି ରୂପେ ସମାଜସେବୀ ଅଜିତ୍ ପାତ୍ର, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ, ଚିନ୍ମୟ ବେହେରା, ଓ ସାମ୍ୱାଦିକ ବାଦଲ କୁମାର୍ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏଲ୍ ପି ଷ୍ଟୁଡିଓ ୟୁ ଟ୍ୟୁବ୍ ଚ୍ୟାନେଲ ତରଫରୁ ଆୟୋଜିତ ସଙ୍ଗୀତ ରେ ପ୍ରଯୋଜକ ଭାବେ ଲୋକନାଥ (ଲକି.ପି) ,ଲେଖକ ଭାବରେ ସାୟର ସମୀର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଵିନୋଦ ମାଝୀ ପ୍ରମୁଖ ସହଯୋଗ କରିଛନ୍ତି । ଖ୍ୟାତନାମା ଗାୟକ ସତ୍ୟଜିତ୍ ପ୍ରଧାନ କଣ୍ଠ ଦାନ କରିଛନ୍ତି ।ଏହି ସଂଗୀତ ଟି ଅତି ଲୋକପ୍ରିୟ ହେବ ବୋଲି ଏଠାରେ ଅତିଥି ମାନେ ମତ ଦେଇଥିଲେ ।ସେହି ପରି ପହେଲ୍ ଗ୍ରାମ ଘଟଣା ଲାଗି ପାକିସ୍ତାନ ର ଦୃଢ଼ ନିନ୍ଦା କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚିତ୍ ଜବାବ ଦେଉଛନ୍ତି ଆଉ ଦେବେ ବୋଲି କହି ଥିଲେ । ଏଠାରେ ମୃତ ଯାତ୍ରୀ ଙ୍କ ଲାଗି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ ସାହୁ,ସନ୍ତୋଷ, ଧର୍ମା ,ସୁନିଲ  ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post