(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା: ବ୍ରହ୍ମପୁର ମହାନଗର ନିଗମରେ ବଡ଼ କୁଷସ୍ଥଳି ଗ୍ରାମ ପଞ୍ଚାୟତକୁ ସାମିଲ କରିବା ଉଦ୍ଧେଶ୍ୟରେ ସହର ତଳି କ୍ରିୟାନୁଷ୍ଠାନ କମିଟି, ବଡ଼ କୁଷସ୍ଥଳି ସରପଞ୍ଚ ଏବଂ ବଡ ଗୁମୁଳା ଗ୍ରାମବାସୀଙ୍କ ଏକ ମିଳିତ ବୈଠକ ଓ ଆଲୋଚନା ଚକ୍ର ଆଜି ବଡ଼ କୁଷସ୍ଥଳି ଗ୍ରାମ ପଞ୍ଚାୟତ କର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସହର ସନ୍ନିକଟ ତଥା ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ସପକ୍ଷରେ ଜନମତ ସଂଗଠିତ କରିବା ଉଦ୍ଧେଶ୍ଵରେ ଚାଲିଥିବା ଅଭିଯାନର ଅଂଶ ସ୍ୱରୂପ ଆଜିର ଏହି ବୈଠକ। ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ସମ୍ପୂର୍ଣ ବଡ଼ କୁଷସ୍ଥଳି ଗ୍ରାମ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା ସରପଞ୍ଚ ଓ ଗ୍ରାମ ବାସୀଙ୍କ ଉପସ୍ଥିତିରେ ହେଇଥିଲା । ଏହି ପରିପ୍ରେକ୍ଷିରେ ଉକ୍ତ ପଞ୍ଚାୟତର ବଡ଼ ଗୁମୁଳା ଗ୍ରାମବାସୀ ଓ ଗ୍ରାମର ୱାର୍ଡ ମେମ୍ବରଙ୍କ ଦ୍ବାରା ବିଏମସିରେ ସାମିଲ ହେବା ନେଇ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୱରେ ପ୍ରସ୍ତୁତ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ରକୁ ସ୍ଥାନୀୟ ସରପଞ୍ଚକୁ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶଙ୍କର ସେଠୀ ସମ୍ପୂର୍ଣ ବଡ଼ କୁଷସ୍ଥଳି ଗ୍ରାମ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ସକାଶେ ଖୁବ୍ ଶୀଘ୍ର ପଞ୍ଚୟତ ବୈଠକ ଡାକି ପଞ୍ଚାୟତ ତରଫରୁ ଏକ ଇଚ୍ଛା ସଙ୍କଳ୍ପ ପତ୍ର ପାରିତ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ। ଏହା ପୁର୍ବରୁ ବଡ଼ କୁଶସ୍ଥଳି ଗ୍ରାମ ପଞ୍ଚାୟତର ସାନ କୁଶସ୍ଥଳି ଗ୍ରାମ ବିଏମସିରେ ମିଶିବା ନିମନ୍ତେ ୨୦୨୦ ମସିହାରେ ଇଚ୍ଛା ସଂକଳ୍ପ ପତ୍ର ପାରିତ କରି ଦେବା ସହ ଉକ୍ତ ଗ୍ରାମର ମିଶ୍ରଣ ନେଇ ତତ୍ କାଳୀନ ରାଜ୍ଯ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ବାହାରି ସାରିଛି । ବର୍ତ୍ତମାନ ଉକ୍ତ ପଞ୍ଚାୟତର ବଡ଼ ଗୁମୁଳା ଗ୍ରାମ ମହାନଗର ନିଗମରେ ମିଶିବା ନିମନ୍ତେ ରେଜୋଲୁସନ ଦାଖଲ କରିଥିବାରୁ ସ୍ଥାନୀୟ ସରପଞ୍ଚ ମିଶ୍ରଣ ନେଇ ଖୁବ୍ ଶୀଘ୍ର ପଞ୍ଚାୟତ ତରଫରୁ ଏକ ଇଚ୍ଛା ସଂକଳ୍ପ ପତ୍ର ପାରିତ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ଏବଂ ଏ ନେଇ ବିହୀତ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ jଅନୁରୋଧ କରାଯିବ ବୋଲି କହିଥିଲେ। ୨୦୦୮ ଗେଜେଟ୍ ବିଜ୍ଞପ୍ତି ପତ୍ରରେ ଯେଉଁ ୧୮ ଟି ପଞ୍ଚାୟତ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଉଲ୍ଲେଖ ଅଛି ସେଥିମଧ୍ୟରୁ ବଡ଼ କୁଶସ୍ଥଳି ଗ୍ରାମ ପଞ୍ଚାୟତ ଅନ୍ୟତମ। ଆଜିର ବୈଠକରେ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ଲକ୍ଷ୍ମୀକାନ୍ତ ଜେନା,ଗିରିଶ ଚନ୍ଦ୍ର ପାଢ଼ୀ,, ଟୁନା ସେଠୀ, ତନ୍ମୟ ରାଉତ, କାଳିଆ ପାତ୍ର, ରାମକୃଷ୍ଣ ପାତ୍ର, ବିଶ୍ଵନାଥ ବେହେରା, ନିରଞ୍ଜନ ନାହାକ, ଜିତୁ ନାହାକ,, ମନୋଜ ନାହାକ, ସୁଶାନ୍ତ ବିଷୋୟୀ, ଯୁଧିଷ୍ଠିର ବିଷୋୟୀ, କାଳୁ ଜେନା, ସନାତନ ମାଝୀ, ବିଜୟ ବେହେରା, ବିଶ୍ବରଂଜନ ପାତ୍ର, ଉଦୟନାଥ ନାହାକ, ଫକୀର ରାଉତ, କୈଳାସ ଦାସ, ବାବୁଲା ଦାସ, ଦିଗାମ୍ବର ସାମନ୍ତରାୟ, ସନ୍ତୋଷ କୁମାର ସାହୁ, ଏମ୍ ଲାବଣ୍ୟ ପାତ୍ର ଓ ଶ୍ରୀକାନ୍ତ ପଢ଼ିହାରି ପ୍ରମୁଖ ଗ୍ରାମବାସୀ ସାମିଲ ଥିଲେ।