ଆକାଶବାଣୀ ଉଦ୍ ଘୋଷକ ଡ. ବିଶ୍ଵନାଥ ପାଣିଗ୍ରାହୀ ଘୁମୁସର ସ୍ୱର ପ୍ରତିଭାରେ ସମ୍ବର୍ଦ୍ଧିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଚିକିଟି :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଚିକିଟି ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ  ଅଧ୍ୟାପକ ତଥା ବ୍ରହ୍ମପୁର ଆକାଶ ବାଣୀ କେନ୍ଦ୍ରର ବରିଷ୍ଠ ସାମୟିକ ଉଦ୍ ଘୋଷକ   ଡକ୍ଟର ବିଶ୍ଵନାଥ ପାଣିଗ୍ରାହୀଙ୍କୁ ନିଜର ବହୁମୁଖି ପ୍ରତିଭା ସକାଶେ ଘୁମୁସର ସ୍ୱର ପ୍ରତିଭା  ସମ୍ମାନ ରେ ସମ୍ବର୍ଦ୍ଧିତ ହେବାର ଗୌରବ ହାସଲ କରିଛନ୍ତି । ଗଞ୍ଜାମ ଜିଲ୍ଲା ବାଲିପଦର ଫ୍ରେଣ୍ଡସ୍ କ୍ଳବ୍ ଠାରେ  ଆୟୋଜିତ ଭାଷା, ସାହିତ୍ୟ, କଳା, ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ୱରର ୧୪୮ତମ ଚୈତ୍ର ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଓ ଭଞ୍ଜ ଜୟନ୍ତୀ  କାର୍ଯ୍ୟକ୍ରମରେ ଏହି  ସମ୍ମାନ ପ୍ରଦାନ କରାଯାଇଛି ।  ସାହିତ୍ୟ ଅନୁଷ୍ଠ ର ସଭାପତି ତଥା ପ୍ରାକ୍ତନ ଅଧ୍ୟକ୍ଷ  ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ  ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର କୃତିବାସ ବିଶ୍ଵାଳ, ସଞ୍ଜୀବ କୁମାର ପାତ୍ର, ଜୟନ୍ତୀ ପଢ଼ିଆରି,  ସନ୍ତୋଷ କୁମାର ଜେନା, ଦେବଦତ୍ତ ରଣା, ବିପ୍ର ଚରଣ ପାତ୍ର, ଅନନ୍ତ କର, ଅନୁପ ବାନାର୍ଜୀ,ଲିଙ୍ଗରାଜ ଦାସ ପ୍ରମୁଖ ମଞ୍ଚାସିନ ରହି ଡକ୍ଟର ପାଣିଗ୍ରାହୀଙ୍କୁ  ଘୁମୁସର ସ୍ୱର ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରିବା ସହଶୁଭେଚ୍ଛା ଜଣାଇଥିଲେ । ଏଥିସହ ଚିକିଟି ମହାବିଦ୍ୟାଳୟର ଅଧ୍ୟକ୍ଷ  ଡକ୍ଟର ଭବାନୀ ପ୍ରସାଦ ପଣ୍ଡା, ଅଧ୍ୟାପକ ଓ କର୍ମଚାରୀ, ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମଞ୍ଚ ଉପସ୍ଥାପକ ତଥା ସଂସ୍କୃତି ପୁରୁଷ ହୃଷୀକେଶ ପାଣିଗ୍ରାହୀ, କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ବ୍ୟୁରୋ ଚିଫ୍ ପ୍ରକାଶ ପଟ୍ଟନାୟକ, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀମନ୍ତ  ପଟ୍ଟନାୟକ ଓ ଉପସ୍ଥାପକ ବୃନ୍ଦ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ସାହିତ୍ୟ ଅନୁ ଷ୍ଠାନ ସାହିତ୍ୟ ପ୍ରେମୀ , ସାମ୍ବାଦିକ ବନ୍ଧୁ ପ୍ରମୁଖ ଡକ୍ଟର ପାଣିଗ୍ରାହୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Post a Comment

Previous Post Next Post