ବ୍ରହ୍ମପୁର ମୋ ନିୟୁଜ ଓଡିଶା ତା୦୯.୦୪.୨୫ ରିଖରେ ବ୍ରହ୍ମପୁରର ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଓଡିଶା ରାଜ୍ୟଅବସରପ୍ରାପ୍ତ କର୍ମଚାରୀ ମହାସଂଘ , ଗଂଜାମ ଜିଲା ଶାଖା ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୦.୦୩.୨୦୦୨୫ ତାରିଖରେ ଅନୁଷ୍ଠିତ ୪ର୍ଥ ବାର୍ଷିକ ଅଧିବେଶନରେ ନବ ନିର୍ବାଚିତ ହୋଇଥିବା ସଭାପତି- ଡି.ମୋହନ ରାଓ, ଉପସଭାପତି -Asn ଗୁପ୍ତା, ସମ୍ପାଦକ -ଶଙ୍କର୍ଷଣ ପାତ୍ର, ଯୁଗ୍ମ ସମ୍ପାଦକ -ମହର୍ଷି ସିଂ, ସହ ସମ୍ପାଦକ --ଡି.ଗୁରୁମୂର୍ତୀ ପାତ୍ର, କୋଷଧ୍ଯକ୍ଷ -ନିରାକାର ସାବତ, ସମୀକ୍ଷକ -ଏମ୍.ନରସିଂହା ଓ ସନ୍ତୋଷ କୁମାର ସାହୁ ଓ ସଭ୍ୟ/ସଭ୍ୟାଭାବେ କେ.ନନ୍ଦେଷୁ ସେନାପତି, ରମାନନ୍ଦ ଚୌଧୁରୀ, ନଲିନିକାନ୍ତ ମିଶ୍ର, ପଦ୍ମଚରଣ ପରିଡା, ବ୍ରହ୍ମାନନ୍ଦ ଚୌଧୁରୀ, ବି.ଶ୍ରୀନିବାଶ, ରାଧାକୃଷ୍ଣ ପଣ୍ଡା, ରାମଚନ୍ଦ୍ର ନାୟକ, ରବୀନ୍ଦ୍ରନାଥ ପାତ୍ର, ନାରାୟଣ ପାଣିଗ୍ରାହୀ, ନବୀନ କୁମାର ମହାପାତ୍ର, କୃଷ୍ଣ ଚନ୍ଦ୍ର ଦାସ, ବଂଶୀଧର ପଣ୍ଡା ,ପ୍ରଦୀପ କୁମାର ଚୌଧୁରୀ,ବିଜୟ କୁମାର ପଣ୍ଡା, ଅଜିତ କୁମାର ପାଢୀ, ରହିମ ଖାଁ, ଅମୀୟ ଚନ୍ଦ୍ର ସାବତ, ଟି.ଯୋଗେଶ୍ୱର, ବି.ରଙ୍ଗା ପାତ୍ର, କେଶବ ଗୌଡ଼, ଉଦୟନାଥ ଚୌଧୁରୀ, ଦେବରାଜ କୋଠିଆ, ଡି. ଦଣ୍ଡପାଣି ରେଡି, କୈଳାଶ ଚନ୍ଦ୍ର ସାହୁ, H.ତୁମ୍ବେଶ୍ୱର ରେଡ୍ଡୀ, ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, କେଶବ ଗୌଡ଼ ଙ୍କୁ ଉପଦେଷ୍ଟା ସହସ୍ର ନାମ ପାଠୀ ଶପଥ କରାଇଥିଲେ।
ଶପଥ ପାଠପରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଭାପତି ଡି.ମୋହନ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଶଙ୍କର୍ଷଣ ପାତ୍ର ୪ର୍ଥ ସାଧାରଣ ଅଧିବେଶନର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନା କରି ଥିଲେ ଓ ଏହା ସମସ୍ତ ସଭ୍ୟ/ସଭ୍ୟଙ୍କ ସହଯୋଗରେ ସଫଳ ହୋଇଥିବା ଜଣାଇଥିଲେ। ଆସନ୍ତା ତା୧୨.୦୪.୨୦୨୫ ରେ କଟକଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସମ୍ମିଳନୀକୁ ଗଂଜାମ ଜିଲ୍ଲାରୁ କିପରି ଅଧିକରୁ ଅଧିକ ପ୍ରତିନିଧି ଯୋଗଦେବେ ସମସ୍ତ ସଦସ୍ୟଙ୍କ ସଯଯୋଗ ଲୋଡିଥିଲେ। ଆଲୋଚନା ପରେ ଜିଲ୍ଲାରୁ ୩୦ ଜଣ ବା ଅଧିକ ପ୍ରତିନିଧି ଯିବାପାଇଁ ସ୍ଥିର କରାଗଲା। ସଂଗଠନର ୯ ଦଫା ଦାବୀ ପୂରଣପାଇଁ ରାଜ୍ୟସ୍ଥରରେ ଦୃଢ଼ପଦକ୍ଷେପ ନେବାପାଇଁ ଆମ ଜିଲ୍ଲା ଅଗ୍ରଣୀ ଭୂମିକାଗ୍ରହଣ କରିବା ପାଇଁ ଉପସଭାପତି Asn ଗୁପ୍ତା କହିଥିଲେ। କୋଷଧକ୍ଷଙ୍କ ଅନୁପସ୍ଥିତିରେ ସଭାପତି ସମ୍ମିଳଳିନୀର ଆଦାୟ ଓ ଖର୍ଚର ହିସାବ ଉପସ୍ଥାପନ କରିଥିଲେ । ମୃତ୍ୟୁକାଳୀନ ସାହାଯ୍ୟ ପାଣ୍ଠି ଓ ସଭ୍ୟ
ଚାନ୍ଦା ବିଷୟରେ ଆଲୋଚନା କରିଥିଲେ। ସହ ସମ୍ପାଦକ ଡି.ଗୁରୁମୂର୍ତୀ ସଂଗଠନର ନିଜସ୍ୱ କାର୍ଯ୍ୟାଳୟର ଆବଶ୍ୟକତା ଓ ଏଥିପାଇଁ ସରକାରୀ ସାହାଯ୍ୟ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ଓ ଯେଉଁ ବନ୍ଧୁମାନଙ୍କର ପେନସନ ପାଇବାରେ ଅସୁବିଧା ଅଛି ତାହା ଜଣାଇବାକୁ ଅନୁରୋଧ କରିଥିଲେ। ସଂଗଠନର ପୂର୍ବତନ ସଭାପତି କେ .ନନ୍ଦେଷୁ ସେନାପତି ସମ୍ମିଳନୀର ସଫଳତାପାଇଁ ମୁଖ୍ୟତଃ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଭ୍ୟଙ୍କର ଅକ୍ଲାନ୍ତ ପରିଶ୍ରମ ଓ ଆର୍ଥିକ ଅନୁଦାନ ପ୍ରଦାନ ଓ ଦାୟିତ୍ୱବୋଧତାପାଇଁ ହୋଇପାରିଛି ବୋଲି କହିଥିଲେ । ଏହିପରି ଆଗକୁ ଆସୁଥିବା ଘଡିସନ୍ଧି ସମୟରେ ନିଜ ୯ ଦଫା ଦାବୀ ପୁରଣ ପାଇଁ ଜାରି ରଖିବାକୁ ଅନୁରୋଧ କରିଥିଲେ।
ଯୁଗ୍ମସମ୍ପାଦକ ମହର୍ଷି ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ଡି.ମୋହନ ରାଓ, ସଭାପତି
08895120127