ଫୋନପେ, ଗୁଗଲପେ ଓ ଅନ୍ୟାନ୍ୟ ୟୁପିଆଇ ମାଧ୍ୟମରେ ନୂତନ ସାଇବର ଠକାମିର ଶିକାର ହେଉଛନ୍ତି ବହୁତ ନେତା ଅଫିସର ଓ ଜନତା |*


   *ମୋ ନିଉଜ ଓଡିଶା ବଡ଼ଗଡ଼ ୩୧/୦୩/୨୦୨୫ ସୋମନାର :- ବଡ଼ଗଡ଼ ଥାନା ଅନ୍ତର୍ଗତ, ଢାଉପଦା ଗ୍ରାମରେ ଆଜି ଏକ ଚାଞ୍ଚଲ୍ୟ କର ନୂତନ ସାଇବର ଠକାମୀ ଦେଖିବାକୁ ମିଳିଲା ଯାହାକି ସମସ୍ତ ଲୋକମାନେ ଜାଣିବା ଦରକାର | ତା ୩୧/୦୩/୨୦୨୫ ରିଖ ଦିନ ୪:୦୦ ଘ. ସମୟରେ ଜଣେ ଅଜଣା ବ୍ୟକ୍ତି ଢଉପଦା ଛକ ଶଙ୍କର ପାଣିଗ୍ରାହୀଙ୍କ ଦୋକାନକୁ ଆସି କହିଲା ମୋ ପାଖରେ ପଇସା ନାହିଁ ମୋତେ କିଛି ସାମାନ ଦରକାର ଆପଣଙ୍କ ଫୋନପେରେ ୧୫୦୦/- ଟଙ୍କା ଅନ୍ୟ ଜଣେ ଛାଡ଼ିବେ ସାମାନ ଟଙ୍କା କାଟି  ମୋତେ ବାକି ଟଙ୍କା ଦେବେ କହି ନିଜ ମୋବାଇଲରୁ ତାଙ୍କର ଜଣେ ବ୍ୟକ୍ତିଙ୍କୁ ଫୋନ କଲା ଓ ଶଙ୍କର ପାଣିଗ୍ରାହୀଙ୍କ ନମ୍ବର ଦେଲା କିଛି ସମୟ ପରେ ଦିନ ୪:୧୫ମି. ରେ ପାଣିଗ୍ରାହୀ ଙ୍କ ଫୋନପେରେ  ୧୫୦୦/- ଟଙ୍କା ଜମା ହେଲା | ଯେଉଁ ନମ୍ବରରୁ ଟଙ୍କା ଆସିଛି ସେହି ନମ୍ବର ଟି ହେଉଛି -୮୯୦୮୭୬୪୮୮୩ ଟଙ୍କା ପଠାଇବାର ବ୍ୟକ୍ତିଙ୍କ ନାମ ଫୋନପେରେ Chhaku Soran ରହି ଅଛି | ଶଙ୍କର ପାଣିଗ୍ରାହୀ ଅନ୍ୟ ଜଣକ ପାଖକୁ ୧୫୦୦/-ଟଙ୍କା ଛାଡି ଉକ୍ତ ବ୍ୟକ୍ତିଙ୍କୁ ସମାନ ଟଙ୍କା କାଟି ବଳକା ଟଙ୍କା ପ୍ରଦାନ କରିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଚାଲିଯାଇଥିଲା |* 

     *ଉକ୍ତ ଘଟଣାର କିଛି ସମୟ ପରେ ଦିନ ୫:୦୭ ମି.ରେ ଟଙ୍କା ପଠାଇବା ବ୍ୟକ୍ତି ଶଙ୍କର ପାଣିଗ୍ରାହୀଙ୍କ ପାଖକୁ କଲ କରି ଓଡ଼ିଆ ଭାଷାରେ କହିଲେ ଯେଉଁ ଲୋକଟି ଟଙ୍କା ନେଇଛି ତୁମେ ତାକୁ ଜାଣିଛ କି ? ସେ ନାହିଁ କହିଲେ ମାତ୍ର ଟଙ୍କା ପଠାଇବା ବ୍ୟକ୍ତି ଜଣଙ୍କ କହିଲେ ମୋ ପାଖରୁ ଉକ୍ତ ଜଣଙ୍କ ତୁମ ମାଧ୍ୟମରେ ମୋତେ ଲଲଚାଇ ପିଲାର ସ୍କୁଲର  ଟଙ୍କା ଆସିଛି ୧୫୦୦/- ଲାଗିବ କହି ଠକିଛି ମୁ ସାଇବର ଥାନାରେ ସମ୍ପୃକ୍ତ ବ୍ୟକ୍ତି ଓ ତୁମ ନାମରେ ମାମଲା ରୁଜୁ କରିବି ବୋଲି କହିବା ସହ ବାରମ୍ବାର କଲ କରି ଏପଟେ ସେପଟେ କଥା କହି  ଧମକାଇଲା  | ସମ୍ପୃକ୍ତ ଟଙ୍କା ପଠାଇବା ବ୍ୟକ୍ତିକୁ ବୁଝାଇଲେ ବି ନଶୁଣି ମୁ ବାଲେଶ୍ୱରରୁ କହୁଛି ଓ ମୁ ପୋଲିସ କନେଷ୍ଟବଲ ଅଛି କହି ଧାମକ ଦେବାପରେ ପାଣିଗ୍ରାହୀଙ୍କ ବ୍ୟାଙ୍କ ଏକାଉଣ୍ଡ ରୁ ପୁଣି ୧୫୦୦/- ଟଙ୍କା ଚାଲି ଯାଇଥିବା ଦେଖିବାକୁ ମିଳିଛି |*         

     *ଉକ୍ତ ଘଟଣାକୁ ନେଇ  ସାଇବର ସେଲ ନମ୍ବର ୧୯୩୦ କୁ ତା ୦୧/୦୪/୨୦୨୫ ସକାଳ ୯:୦୫ମି.ରେ କଲ କରିବାରୁ ସେଠାରୁ ଜବାବ ଆସିଲା ତୁରନ୍ତ ନିଜ ଖାତାରେ ଥିବା ସମସ୍ତ ଟଙ୍କା ବାହାର କରି ବ୍ୟାଙ୍କ ଖାତା ରେ ଟ୍ରାଜେକ୍ସନ ବନ୍ଦ କରନ୍ତୁ ଓ ନିକଟସ୍ଥ ଥାନାରେ ସମ୍ପୃକ୍ତ ଘଟଣାର ଲିଖିତ ଅଭିଯୋଗ କରନ୍ତୁ ବୋଲି ପରାମର୍ଶ ଦେଲେ |*

    *ଉକ୍ତ ଘଟଣାର ତଦନ୍ତ ପାଇଁ ଶ୍ରୀ ପାଣିଗ୍ରାହୀ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ  ପାଇଁ ଅନୁରାଧା କଲେ |*

Post a Comment

Previous Post Next Post