ନବୀନ ପାଠାଗାର ଓ ସାହିତ୍ଯ ପ୍ରତିଷ୍ଠାନ ତରଫରୁ 90 ତମ ଉତ୍କଳ ଦିବସ ପାଳନ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନରେ ଗଞ୍ଜାମ ଜିଲ୍ଲାର ଅବଦାନ ଅବିସ୍ମରଣୀୟ ବୋଲି ବିଶିଷ୍ଟ ବକ୍ତା ମାନେ ମତପ୍ରକାଶ କରିଛନ୍ତି।ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ନବୀନ ଭବନ ପରିସରରେ 'ନବୀନ ପାଠାଗାର ଓ ସାହିତ୍ଯ ପ୍ରତିଷ୍ଠାନ ' ତରଫରୁ ପ୍ରତିଷ୍ଠାନର ଉପଦେଷ୍ଟା ଡଃ ଡମ୍ବରୁଧର ସାହୁଙ୍କ ସଭାପତିତ୍ଵରେ ଆୟୋଜିତ 90 ତମ ଉତ୍କଳ ଦିବସ ସମାରୋହରେ ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି  ଗବେଷକ ଡଃ.ବାୟାମନୁ ଚର୍ଚ୍ଚି ଯୋଗ ଦେଇ କହିଥିଲେ ଯେ  ରମ୍ଭା ସମ୍ମିଳନୀରେ ଗଞ୍ଜାମ ସମ୍ମିଳନୀର ଜନ୍ମ ନେଇଥିଲା।ତେଣୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବିଭକ୍ତ ଗଞ୍ଜାମ ଅବଦାନ ଅବିସ୍ମରଣୀୟ ବୋଲି ସେ ବକ୍ତବ୍ଯ ଉପସ୍ଥାପନ କରିଥିଲେ।ପ୍ରତିଷ୍ଠାନର କାର୍ଯ୍ଯକାରୀ ସଭାପତି କୃଷ୍ଣଚନ୍ଦ୍ର ଚନ୍ଦ୍ର ତ୍ରିପାଠୀ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କହିଥିଲେ।ନବୀନର ସଂପାଦକ ତଥା ପ୍ରତିଷ୍ଠାନର ସଭାପତି ରବି ରଥ,ଶିକ୍ଷାବିତ୍ ଶରତଚନ୍ଦ୍ର ପଣ୍ଡା, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଅବନୀ ଗଲା,ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଶିକ୍ଷାବିତ୍ କାମରାଜୁ ମହାରଣା,ସମାଜସେବୀ ରାମକୃଷ୍ଣ ପାତ୍ର, ବନ୍ଦନା ମହାପାତ୍ର, ଏସ୍.ପ୍ରକାଶ ଚନ୍ଦ୍ର ପାତ୍ର, ସୁଜିତ କୁମାର ପଣ୍ଡା,ବିଜୟ କୁମାର ପାଢୀ,ସାମ୍ବାଦିକ ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ସୁଶାନ୍ତ କର,ମାନସ ରଞ୍ଜନ ତ୍ରିପାଠୀ ,ଅଭିମନ୍ଯୁ ନାୟକ,ବିଜୟ କୁମାର ପାଢୀ,ସାମ୍ବାଦିକ ପଦ୍ମଚରଣ ଦାଶ(ଗୀତା ବାଚସ୍ପତି), ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା।

Post a Comment

Previous Post Next Post