(ମୋ ନ୍ୟୁୁଜ ଓଡ଼ିଶା)
ବୁଗୁଡ଼ା,୧/୦୪(ସୋରେନ କୁମାର ପ୍ରଧାନ): ଶ୍ରୀ ଶ୍ରୀ ଠାକୁର ଅନୁକୂଚନ୍ଦ୍ରଙ୍କ ୧୩୭ ତମ ଜନ୍ମମହୋତ୍ସବ ତଥା ବ୍ଲକ ସ୍ତରୀୟ ସତସଙ୍ଗ ସମାବେଶ ବୁଗୁଡ଼ା ଟୁଣୁଟୁଣିଆ ସାହି ସ୍ଥିତ ସତସଙ୍ଗ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି I କାର୍ଯ୍ୟକ୍ରମରେ ମତ୍ସ୍ୟ, ପଶୁସମ୍ପଦ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ I ଏ ଅବସରରେ ଡ଼. ହିମାଂଶୁ ଚୌଧୁରୀ, ଜଗଦୀଶ୍ବର ପ୍ରଧାନ, ନିରଞ୍ଜନ ବିଶ୍ବାଳ ଏବଂ ରବୀନ୍ଦ୍ର କୁମାର ପଟ୍ଟନାୟକ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନୀ, ସମାଜ ଓ ପରିବାର ଗଠନରେ ଠାକୁରଙ୍କ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ I ଉତ୍ସଚ କମିଟି ସଭାପତି ଦୁର୍ଗା ମାଧବ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଚଳର ଗୁରୁଭାଇ ମାନେ ସହଯୋଗ କରିଥିଲେ I ବହୁ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଠାକୁରଙ୍କ ବାର୍ତ୍ତାବହି ଋତ୍ତିକ, ଅଧୁର୍ଯ୍ୟ, ଯାଜକ, ଗୁରୁଭାଇ, ମାଁ ତଥା ଅଂଚଳର ଭଦ୍ର ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I