(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସୃଜନଶୀଳତା, ସହଯୋଗ ଓ ନିରନ୍ତର ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ବ୍ରହ୍ମପୁରସ୍ଥିତ ନିଜର କର୍ପୋରେଟ୍ କାର୍ଯ୍ୟାଳୟରେ ବିଶ୍ୱ ନବସୃଜନ ଦିବସ-୨୦୨୫ ପାଳନ କରିଛି । ‘ଟିଆଣ୍ଡଡି ଇନୋଭେସନ୍ କାର୍ନିଭାଲ୍’ ଶୀର୍ଷକରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ଉଦଘାଟନ କରିଥିବା ବେଳେ ଏହି ଅବସରରେ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର ନେଟଓ୍ୱର୍କ ଇଞ୍ଜିନିୟରିଂ ଆଣ୍ଡ ପ୍ଲାନିଂ(ଏନଇପି), ସୁରକ୍ଷା, ଅପରେସନ୍, ଟେକ୍ନୋଲୋଜି ଓ ବାଣିଜ୍ୟ ଭଳି ବିଭିନ୍ନ ବିଭାଗ ପକ୍ଷରୁ ଅଭିନବ ପ୍ରକଳ୍ପମାନ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀମାନେ ନିଜର ସୃଜନଶୀଳ ଚେତନାକୁ ପରସ୍ପର ମଧ୍ୟରେ ବାଣ୍ଟିବା ସହ ଶକ୍ତି ତଥା ବିଜୁଳି ଯୋଗାଣ କ୍ଷେତ୍ର କିଭଳି ଅଧିକ ସୁଦୃଢ଼ ହୋଇପାରିବ ସେନେଇ ବିଚାରବିମର୍ଶ କରିଥିଲେ । ଦଳଗତ ପ୍ରଦର୍ଶନ, ଅଭିନବ ଉଦ୍ୟମ ଓ ନିରନ୍ତର ପ୍ରଗତି ନିମନ୍ତେ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ୟାନେଲ ଅଧିବେଶନ ସହ ଶକ୍ତି ବିଭାଗର ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତରେ ଆଲୋଚନା ହୋଇଥିଲା । କିଭଳି ଭାବେ ସୃଜନଶୀଳତାକୁ ବ୍ୟାବହାରିକ ଜ୍ଞାନକୌଶଳରେ ପରିଣତ କରାଯାଇପାରିବ ସେନେଇ ବରିଷ୍ଠ ଅଧିକାରୀମାନେ ମତପୋଷଣ କରିଥିଲେ ।
ଏହି ପଦକ୍ଷେପଗୁଡିକୁ ଆଗାମୀ ଦିନରେ ବାସ୍ତବତାର ରୂପ ଦିଆଯିବ, ଯାହାଫଳରେ ଉପଭୋକ୍ତାଙ୍କୁ ଅଧିକ ଭରସାଯୋଗ୍ୟ ବିଜୁଳି ଯୋଗାଣ ସମ୍ଭବ ହେବ I