(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ରେଶମୀ ସହରର ଆରଧ୍ୟl ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଗଞ୍ଜାମ ଜିଲ୍ଲାର ବହୁ ପୁରାତନ ଯାତ୍ରା ଭାବେ ବିକ୍ଷାତ I ୨୦୨୫ ଅବସରରେ ଓଡିଶା ର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବ୍ରହ୍ମପୁର ଗ୍ରସ୍ତ ରେ ଆସି ମା ଙ୍କୁ ପୂଜାର୍ଚନା କରିବା ସହିତ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ଓଡିଶା ବାସୀଙ୍କ ତଥା ଗଞ୍ଜାମ ଜିଲ୍ଲା,ବ୍ରହ୍ମପୁର ବାସୀଙ୍କ ମଙ୍ଗଳ କାମନା କରିଥିଲେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ
ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ବ୍ରହ୍ମପୁର ସାଂସଦ ଡ଼ା.ପ୍ରଦୀପ କୁମାର ପାଣିଗ୍ରାହୀ, ଚନ୍ଧ୍ର ଗିରି ବିଧାୟକ ଉପାସନା, ଆସିକା ବିଧାୟକ ସରୋଜ କୁମାର ପାଢୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଜେପି ସଭାପତି ସରୋଜ କୁମାର ସାବତ, ଟି.ଗୋପି, ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟ ଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ଡା.ବିବେବ ଶ୍ରବଣ କୁମାର ଏବଂ ବହୁ ବଡ଼ ବଡ଼ ପଦାଧିକାରୀ ପୋଲିସ ଅଫିସର ଯୋଗ ଦେଉଥିଲେ। ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀଙ୍କ ବିଶ୍ଵ ପ୍ରସିଦ୍ଧ ଯାତ୍ରା କୁ ଉପଭୋଗ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସି ମାଁ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ।ଓଡିଶା ବାସୀ ତଥା ଗଞ୍ଜାମ ଜିଲ୍ଲାର ସମସ୍ତ ଙ୍କ ଆରୋଗ୍ୟ କାମନା କରିଥିଲେ।ଏହି ବିଶ୍ଵ ପ୍ରସିଦ୍ଧ ଯାତ୍ରା ରେ ବ୍ରହ୍ମପୁର ସହରର ସମସ୍ତ ସାନ,ବଡ଼, ବ୍ୟବସାୟୀ ମାନେ ପାନୀୟ ଜଳଠାରୁ ଆରମ୍ଭ କରି ସୁସ୍ୱାଦୁ ଖାଦ୍ୟ ପ୍ରତି ଦିନ ବଣ୍ଟନ କରୁଛନ୍ତି।ଏଭଳି ନିଷ୍କାମ ସେବାକୁ ବ୍ରହ୍ମପୁର ସାଂସଦ ଡ଼ା., ପ୍ରଦୀପ କୁମାର ପାଣିଗ୍ରାହୀ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ସରୋଜ ସାବତ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ବ୍ରହ୍ମପୁର ବାସୀଙ୍କ ମଙ୍ଗଳ କାମନା କରିଥିଲେ
ଭାରତୀୟ ଜନତା ପାର୍ଟି ବହୁ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଙ୍କ ବ୍ରହ୍ମପୁର ଗ୍ରସ୍ତ କୁ ସ୍ୱାଗତ କରିଥିଲେ I