(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର ମୋ ନିୟୁଜ ଓଡିଶା: ଆରୀୟାନ ଏକାଡେମୀ ଆରୀ ୟାନ ଟ୍ରଷ୍ଟ ଫାଉଣ୍ଡେସନ ର ଦଶମ ବାର୍ଷିକ ଉତ୍ସଵ ପ୍ରାଇଡ ଅଫ ଇଣ୍ଡିଆ ସୋ ନାମରେ ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏକାଡେମୀ ର ପ୍ରତିଷ୍ଠାତ୍ରୀ ମିନା ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଚଳଚ୍ଚିତ୍ର ଅଭିନେତା ତଥା ଦିଗପହଣ୍ଡି ବିଧାୟକ ଡ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।ସମ୍ମାନୀତ ଅତିଥି ଭାବେ ସମାଜସେବୀ ସନ୍ତୋଷ ପାତ୍ର, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଶିଳ୍ପ ପତି କେ.ରାଜ କୁମାର ସେନାପତି, ବରିଷ୍ଠ ସାମ୍ବାଦିକ ନାରାୟଣ ମହାକୁଡ, ମହାନ ସଂଘ ସଭାପତି ସୁଶାନ୍ତ ସାବତ, ଆଇନଜିବୀ ସଞ୍ଜୟ ଜେନା, ଅଭିନେତା ଧିରେନ୍ ତ୍ରିପାଠୀ, ତୁଷାର ବେଦୀ, ଭଗବାନ୍ ପାତ୍ର,ରୋହିତ ପରିଡ଼ା, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବହୁ ପ୍ରତିଭା ଧାରୀ ଓ ସମାଜ ସେବୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ନୃତ୍ୟ ଓ ଫ୍ୟାସନ ସୋ କଳାକାର ମାନଙ୍କୁ ମଧ୍ୟ ପୁରସ୍କୃତ କରା ଯାଇଥିଲା । ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦିପ କୁମାର୍ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ରଶ୍ମିତା ଦଳାଇ ସଂଯୋଜନା କରିଥିଲେ ।ଶେଷରେ ଆରୀୟାନ ଦାସ ଧନ୍ୟବାଦ ଅର୍ପଣ କରି ଥିଲେ ।