କେନ୍ଦ୍ରୀୟ ସିଭିଲ ସେବା(ପେନସନ) ସଂଶୋଧିତ ବିଲ ମାର୍ଚ୍ଚ ୨୫ ପ୍ରତ୍ୟାହାର ଦାବିରେ ବ୍ରହ୍ମପୁରରେ *ପେନ୍ସନର ମାନଙ୍କ ବିରାଟ ଗଣ ଧାରଣ ଓ ବିକ୍ଷୋଭ*

 


ବ୍ରହ୍ମପୁର ମୋ ନିୟୁଜ ଓଡିଶା ତା ୨୨ ୦୪.୨୦୨୫ ରିଖରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ବ୍ରହ୍ମପୁର କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ, ଗଂଜାମ ଜିଲ୍ଲା ଶାଖା ଡ଼ାକରାରେ ଏକ ବିରାଟ ପେନ୍ସନରମାନଙ୍କ  ଗଣ ଧାରଣ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ୩୦୦ ରୁ ଅଧିକ ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ। ସଂଗଠନର ସଭାପତି ଡି.ମୋହନ ରାଓ ଜଣାଇଥିଲେ ଯେ କେନ୍ଦ୍ରସରକାରଙ୍କ ଅର୍ଥମନ୍ତ୍ରୀ ଗତମାସ ୨୫.୦୩.୨୫ ତାରିଖରେ ଲୋକସଭାରେ କେନ୍ଦ୍ରୀୟ ସିଭିଲ ସେର୍ବିସ ଵିଲରେ ପେନସନ ସଂଶୋଧନ ବିଲ ଆଣି ଓ ଏହାକୁ ୨୭.୦୩.୨୦୨୫ ରେ ରାଜ୍ୟ ସଭାରେ ପାରିତ କରିବା ପରେ ତା ୨୯.୦୩.୨୦୨୫ ରେ ରାଷ୍ଟ୍ରପତିଙ୍କ ମୋହର ବାଜି ଏହାକୁ ଆକ୍ଟରେ ପରିଣତ କରାଇପାରିଛନ୍ତି ।ଯାହାଫଳରେ ଅଷ୍ଟମ ବେତନ କମିଶନର ଘୋଷଣା ତା ୩୧.୧୨.୨୦୨୫ ରିଖ ସୁଦ୍ଧା ଅବସର ନେଉଥିବା ପେନ୍ସରମାନଙ୍କୁ  ଆର୍ଥିକ ସୁବିଧାରୁ ବଂଚିତ କରାଯିବାର ମସୁଧା ହୋଇଛି । କିନ୍ତୁ ତା ୦୧.୦୧.୨୦୨୬ ପରେ ଯେଉଁମାନେ ଅବସରନେବେ ସେମାନେ ଫିଟ ମେଣ୍ଟ କମିଟି  ରିପୋର୍ଟ ଦେଲେ ମଧ୍ୟ ସରକାର ନିଜ ସୁବିଧାରେ କେତେବେଳେ ତାହାକୁ ଲାଗୁ କରିବେ।  ଯାହାଦ୍ୱାରା ପେନ୍ସନର ମାନଙ୍କୁ ବିଭକ୍ତ କରିବା ଓ ଆନ୍ଦୋଳନକୁ ସଙ୍କୁଚିତ କରିବାପାଇଁ ସରକାର ଚାହୁଁଛନ୍ତି। ଏହି କଳା ଆଇନକୁ ପ୍ରତ୍ୟାହାର କରିବା ପାଇଁ ସର୍ବଭାରତୀୟ କର୍ମଚାରୀ ଓ  ପେନସନର ମହାସଂଘ ଓ ଓଡିଶା ରାଜ୍ୟ  କର୍ମଚାରୀ ମହାସଂଘ , ଗଂଜାମ ଜିଲ୍ଲା ଡ଼ାକରାରେ ବ୍ରହ୍ମପୁରରେ ଐତିହାସିକ ଓ ଅଭୂତପୂର୍ବ ଧାରଣା ଓ ବିକ୍ଷୋଭର ଆୟୋଜନ କରାଯାଇଛି । ପୋଷ୍ଟଲ ପେନ୍ସନର ସଂଘରୁ  ବିଜୟ ଚନ୍ଦ୍ର   ସାମନ୍ତରାୟ, ବେଙ୍କ ପେନ୍ସନର ସଂଘରୁ ପ୍ରତାପ ଚନ୍ଦ୍ର ଚୌଧୁରୀ, ବିତ୍ୟୁତ ବିଭାଗର ପେନ୍ସନର ସଂଘର ନେତା ପଞ୍ଚାନନ ଜେନା, ବିଜୟ କୁମାର ବେହେରା, ରଙ୍ଗେଇଲୁଣ୍ଡା ବ୍ଲକର କେ.କୃଷ୍ଣ ମୂର୍ତ୍ତି,   ଚିକିଟି ବ୍ଲକର ବି.ଧର୍ମା ରାଓ, ସୋରଡା ବ୍ଲକର  ଲଡୁକିଶୋର ସାହୁ, ପ୍ରଭାକର ବିଶୋଇ, ଡି.ସୋମେୟା ଚୌଧୁରୀ ,            ଦିଗପହାଣ୍ଡି ବ୍ଲକର   ଜୟନ୍ତୀ ବାଳା   ମିଶ୍ର, ସଂଗଠନର ସମ୍ପାଦକ ଶଙ୍କର୍ଷଣ    ପାତ୍ର ,ଯୁଗ୍ମସମ୍ପାଦକ ମହର୍ଷି ସିଂ ସହସ୍ର ନାମ ପାଠୀ , ନଳିନୀ କାନ୍ତ ମିଶ୍ର,ବକ୍ତବ୍ୟ ରଖି କେନ୍ଦ୍ର ସରକାର ଓ ଓଡିଶା ସରକାର ନିରୀହ ପେନ୍ସନର ମାନଙ୍କର ୯ ଦଫା ଦାବୀ ପୁରଣପାଇଁ ମଧ୍ୟ ଐକ୍ୟ ବଦ୍ଧସଂଗ୍ରାମର ଆବଶ୍ୟକତା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ପୂର୍ବତନ ସଭାପତି କେ.ନନ୍ଦେଷୁ ସେନାପତି ପ୍ରଚଣ୍ଡ ଖରାକୁ ଖାତିର ନ କରି ନିଜର ଦାବୀ ପୁରାଣ ପାଇଁ ଏହି ପରିଣତ ବୟସରେ ସମସ୍ତେ ଏକାଠି ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ମାନନୀୟ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର

ସଭାପତି ରାଓଙ୍କ ନେତୃତ୍ୱରେ , ଉପସଭାପତି Asn ଗୁପ୍ତା, ରାଜ୍ୟ ଉପଦେଷ୍ଟା କେ.ନନ୍ଦେଷୁ ସେନାପତି ,  ଜିଲ୍ଲା ଉପଦେଷ୍ଟା ସହସ୍ର ନାମ ପାଠୀ, କେ.କୃଷ୍ଣମୂର୍ତ୍ତି ରାଓ, ବି. ଧର୍ମା ରାଓ,ବିଜୟ କୁମାର ବେହେରା, ସମ୍ପାଦକ ଶଙ୍କର୍ଷଣ ପାତ୍ର, ନଳିନୀ କାନ୍ତ ମିଶ୍ର , ମହର୍ଷି ସିଂ ଯାଇ  ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁପସ୍ଥିତିରେ  

ସଚିବଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।

ଡି.ମୋହନ ରାଓ, ସଭାପତି,ଗଞ୍ଜାମଜିଲ୍ଲା  ଶାଖା, OSREF।

Post a Comment

Previous Post Next Post