ବେଗୁନିଆପଡ଼ା ମୋ ନିୟୁଜ ଓଡିଶା (୧୪.୪.୨୦୨୫)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚର ର ଜଣାଶୁଣା ସାମ୍ବାଦିକ ପବିତ୍ର ରାଉତଙ୍କ ମାତା ଅନ୍ନପୂର୍ଣ୍ଣା ରାଉତ(୭୭)ଙ୍କ ପରଲୋକ ହୋଇଛି । ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ସେ ଜଣେ ଧର୍ମପରାୟଣା, ମେଳାପୀ ତଥା ମିଷ୍ଟଭାସି ମହିଳା ଥିଲେ । ଶେଷ ସମୟରେ ପୁଅ, ବୋହୂ, ଝିଅ, ଜ୍ବାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶୋକାକୁଳ ପରିବେଶରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ଅଞ୍ଚଳ ର ବହୁ ଜଣା ଶୁଣା ବ୍ୟକ୍ତିବିଶେଷ, ରାଜନେତା, ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ । ନିଜ ଗ୍ରାମ ଥୁଆମୂଳ ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଯାଇଛି ।
Tags:
ଆଞ୍ଚଳିକ