ପେନ୍ସନରଙ୍କ ବିରୋଧରେ ପାରିତହୋଇଥିବା ପେନସନ ସଂଶୋଧନ ବିଲ ମାର୍ଚ୍ଚ ୨୦୨୫ ପ୍ରତ୍ୟାହାର ଦାବୀରେ ବିକ୍ଷୋଭ ଓ ଧାରଣା*

ବ୍ରହ୍ମପୁର ମୋ ନିୟୁଜ ଓଡିଶା ତା ୧୮.୦୪.୨୫ରିଖରେ ସ୍ଥାନୀୟ ଲଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ, ଗଂଜାମ ଜିଲ୍ଲା କମିଟିର ଜରୁରୀ କାର୍ଯ୍ୟକାରିଣୀ ବୈଠକ ସଭାପତି ଡି.ମୋହନ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  କେ.ନନ୍ଦେଷୁ ସେନାପତି, ଡି.ମୋହନ ରାଓ ଓ Asn ଗୁପ୍ତା ରାଜ୍ୟ ସଂଗଠନର ଯଥାକ୍ରମେ ଉପଦେଷ୍ଟା, ଉପାଧକ୍ଷ, ଜୋନାଲ ସମ୍ପାଦକ ରୂପେ ନିର୍ବାଚିତ ହୋଇଥିବାରୁ ନଳିନୀ କାନ୍ତ ମିଶ୍ର ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ।

 କେନ୍ଦ୍ର ସରକାରଙ୍କ ସରକାରୀ ପେନ୍ସନରଙ୍କ ମାରଣ ନୀତି ବିରୁଦ୍ଧରେ କେନ୍ଦ୍ରୀୟ କମିଟିର ଆହ୍ୱାନ କ୍ରମେ ୨୨.୦୪.୨୫ ତାରିଖରେ ଭାରତ ସାରା ବିକ୍ଷୋଭ ଧାରଣା  କାର୍ଯ୍ୟକ୍ରମ କରିବା ପାଇଁ ସଭାପତି ଶ୍ରୀ ରାଓ ପ୍ରସ୍ତାବ ରଖିଥିଲେ।

ସେ ସୁଚାଇଥିଲେ ଯେ  ପ୍ରଧାନ ମନ୍ତ୍ରୀ ଦରମା ନିର୍ଦ୍ଧାରଣ  ପାଇଁ ଜାନୁଆରୀ ମାସରେ ଘୋଷଣା କରିଛନ୍ତି କିନ୍ତୁ ବିଧିବଦ୍ଧ ଭାବରେ କମିଟି ଗଠନ କରିନାହାନ୍ତି। କିନ୍ତୁ ଏଥି ମଧ୍ୟରେ ତା୨୫.୦୪.୨୦୨୫ ରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ଅର୍ଥବିଲ୍ ରେ  ପେନସନ ସଂଶୋଧନ ବିଲ ୨୦୨୫ ଲୋକସଭାରେ ଓ  ତାହା ୨୭.୦୪.୨୫ ରେ   ରାଜ୍ୟସଭାରେ  ପାରିତ ହୋଇ  ୨୯.୦୪.୨୫ରେ ରାଷ୍ଟ୍ରପତିଙ୍କ ଦ୍ବାରା ମୋହର ବାଜି ଵିଲରେ ପରିଣତ ହୋଇଛି । ଏଥିରେ ସୁଚାଇ ଦିଆଯାଇଛିଯେ ଅଷ୍ଟମ ବେତନ କମିଶନରେ ପେନସନର ମାନେ ବର୍ଦ୍ଧିତ ପେନସନ ପାଇବାରୁ ବଞ୍ଚିତ ହେବେ। ଏଣୁ ୨୨.୪.୨୫ରେ ହେବାକୁ ଥିବା ସର୍ବଭାରତୀୟ ପେନ୍ସନର ମାନଙ୍କ ଡ଼ାକରାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସାମନାରେ ସକାଳ ୧୦ ଘଣ୍ଟା ଠାରୁ ମଧ୍ୟନ୍ହ ୧ ୩୦ ମିନିଟ ଯାଏ ବିକ୍ଷୋଭ ଓ ଧାରଣା କରାଯାଇ   ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ RDC ଙ୍କ ମାଧ୍ୟମରେ ଦାବିପତ୍ର ଦେବା ଓ ଏହି ଆନ୍ଦୋଳନରେ ବହୁସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରିଥିଲେ। ଏହି ପ୍ରସଙ୍ଗରେ  ଉପସଭାପତି Asn ଗୁପ୍ତା, ଯୁଗ୍ମ ସମ୍ପାଦକ ମହର୍ଷି ସିଂ,ସହ ସମ୍ପାଦକ ଡି.ଗୁରୁମୁର୍ତି ପାତ୍ର , ପୂର୍ବତନ ସଭାପତି କେ. ନନ୍ଦେଷୁ ସେନାପତି, ରଙ୍ଗେଇଲୁଣ୍ଡା ବ୍ଲକରୁ କେ.କୃଷ୍ଣ ମୂର୍ତ୍ତୀ , ଚିକିଟି ବ୍ଲକରୁ  ବିରାହ କାମାସ୍ୟ ପ୍ରସାଦ ବ୍ରହ୍ମା ଓ ବି .ଧର୍ମ ରାଓ, ନଳିନୀ କାନ୍ତ ମିଶ୍ର, ଟି.ଯୋଗେଶ୍ୱର ରାଓ  ବକ୍ତବ୍ୟ ରଖି ସମଭାବପନ୍ନ ସମସ୍ତ ସଂଗଠନକୁ ସାମିଲ କରି ଏକ ବୃହତ କାର୍ଯ୍ୟକ୍ରମରେ ସମସ୍ତ ପେନ୍ସନର ଯୋଗଦେବାପାଇଁ ବକ୍ତବ୍ୟ ରଖି ଥିଲେ। ଏଥିରେ

ରାଧାକୃଷ୍ଣ ପଣ୍ଡା, ରହିମ ଖାଁ, ରମାନନ୍ଦ ଚୌଧୁରୀ, ନଳିନୀ କାନ୍ତ ମିଶ୍ର,ବିଜୟ କୁମାର ପଣ୍ଡା, ରାମ ଚନ୍ଦ୍ର ନାୟକ, କୃଷ୍ଣ ଚନ୍ଦ୍ର ଦାସ, ବସନ୍ତ କୁମାର ପାତ୍ର, ନାରାୟଣ ପାଣିଗ୍ରାହୀ,ଡି.ଦଣ୍ଡପାଣି ରେଡ୍ଡୀ, H.ତୁମ୍ବେଶ୍ୱର ରେଡ୍ଡୀ,ବିଜୟ ଚନ୍ଦ୍ର ଦାସ, ବିଜୟ କୁମାର ବେହେରା, ବି.ରଙ୍ଗା ପାତ୍ର, ରବୀନ୍ଦ୍ର କୁମାର ନାୟକ,ଟି.ନାଗେଶ୍ୱର ରେଡ୍ଡୀ, ଉପେନ୍ଦ୍ରନାଥ ବେହେରା, ଦେବରାଜ କୋଠିଆ, ଗୋପବନ୍ଧୁ ବେହେରା , ପଦ୍ମ ଚରଣ ପାଢି, ଓ ବହୁ ସଭ୍ୟ ଯୋଗ ଦେଇ ଥିଲେ। 

 ନଳିନୀ କାନ୍ତ ମିଶ୍ର   ଧନ୍ୟବାଦ ଦେଇଥିଲେ।

ଡି.ମୋହନ ରାଓ , ସଭାପତି

08895120127

Post a Comment

Previous Post Next Post