ଲଷ୍ମୀ ନାରାୟଣ ଡିଗ୍ରୀ କଲେଜ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋଦଳା 

କୋଦଳା ପୋଲିସ ଆନୁକୂଲ୍ୟରେ କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ କଲେଜ  ପରିସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡା.ଦତ୍ତରାମ ବିଷୋୟୀ ଙ୍କ ସଭାପତିତ୍ଵରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ କର୍ମଚାରୀ ଗଣେଷ ବରାଡ଼, ରାଜେନ୍ଦ୍ର କହଁର ଯୋଗ ଦେଇ ନିଶାକୁ କିପରି ରୋକିପାରିବା ନିଶା ଦ୍ୱାରା ନିଜ ଶରୀର କ୍ଷତି ହେବା ସହ ପରିବାରରେ ଅଶାନ୍ତି, ସମାଜରେ ଏହାର କୁପ୍ରଭାବ କୁ ନେଇ ବିସ୍ତୃତ ଆଲୋଚନା କରିଥିଲେ । ମଦ ଗଂଜେଇ, ସିଗାରେଟ, ବିଡି, ଗୁଟୁଖା ଆଦି ନିଶା ଦ୍ରବ୍ୟ ଦ୍ୱାରା ବିଭିନ୍ନ ପ୍ରକାର ରୋଗ ସୃଷ୍ଟି  ହେବା ସହ ସମାଜରେ ସମ୍ନାନ ହାନି ହୋଇଥାଏ ବୋଲି ଅଧକ୍ଷ ନିଜ ବକ୍ତବ୍ୟ ରେ କହିଥିଲେ । ଛାତ୍ରଛାତ୍ରୀ ମାନେ ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇ ନିଶା ନିବାରଣ ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ । ଉକ୍ତ ସଭାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ପୋଲିସ କର୍ମଚାରୀ ଏବଂ ସମସ୍ତ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି  କରାଯିଵା ପାଇଁ ଏକ ଶପଥ ପାଠ କରାଯାଇଥିଲା ।

Post a Comment

Previous Post Next Post