ଗଞ୍ଜାମ ଜିଲ୍ଲା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର : ମୋ ନିୟୁଜ ଓଡିଶା ସ୍ଥାନୀୟ ବିଜିପୁର ସନ୍ତୋଷୀ ମା କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ମାସିକ କାର୍ଯ୍ୟକାରିଣୀ ବୈଠକ କାର୍ଯ୍ୟକାରୀ ସଭାପତି ବିରୁପାକ୍ଷ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ସାଧାରଣ ସମ୍ପାଦକ  ସିମାଞ୍ଚଳ ପ୍ରସାଦ ବିଷୋୟୀ ସ୍ୱାଗତ ଭାଷଣ ସହ ଗତ ବୈଠକ ବିବରଣୀ ପ୍ରଦାନ କରିଥିଲେ 

ସଂଘ ର ପୂର୍ବତନ କର୍ମକର୍ତ୍ତା ସ୍ବର୍ଗତ ମନ୍ମଥ ପାଢ଼ୀ ଏବଂ ଓଡ଼ିଆ ଚଳଚିତ୍ର ଜଗତର ଖ୍ୟାତନାମା ବର୍ଷିଆନ ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତି ଙ୍କ ଅକାଳ ବିୟୋଗ ରେ ଦିବଂଗତ ଆତ୍ମା ର ଶାନ୍ତି ଓ ସଦଗତି ନିମନ୍ତେ 2ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା l

କାର୍ଯ୍ୟକାରୀ ସଭାପତି ଶ୍ରୀ ବିରୁପାକ୍ଷ ଦାସ ଓ ଉପସଭାପତି ଶ୍ରୀ ନବୀନ କୁମାର ପଟନାୟକ ସଂଘ ର ବିଭିନ୍ନ ଦାବୀ ଉପରେ ଆଲୋକପlତ କରିଥିଲେ ଆସନ୍ତା ମାସରେ ଧରାକୋଟ, ଶେରଗଡ଼, କୋଦଳା ଓ ରାଜ୍ୟ ସଂଘ ର ବାର୍ଷିକ ସମିଳନୀ ରେ ଯୋଗ ଦାନ ନିମନ୍ତେ ଆଲୋଚନା ହୋଇଥିଲା 

ସଂଘ ର ମୁଖ୍ୟ ଦାବୀ ଚିକିତ୍ସା ଭତ୍ତା ପ୍ରଦାନ, କମ୍ୟୁଟେଡ଼ ପେନସନ ଶୁଝିବା ଅବଧି 15ବର୍ଷ ପରିବର୍ତ୍ତେ 10ବର୍ଷ କରିବା ଏବଂ ଯେଉଁ ମାନଙ୍କ 10ବର୍ଷ କାଟିସାରିଲାଣି ସେମାନଙ୍କ କାଟିବା ବନ୍ଦ କରିବା ନିମନ୍ତେ ନିର୍ଦେଶନାମା ଏବଂ ବହୁ ଦାବୀ ଉପରେ ପୁନର୍ବାର ଉପସ୍ଥାପନା କରିଵା ନିମନ୍ତେ ନିଷ୍ପତ୍ତି ହୋଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ  ଦେବରାଜ କୋଠିଆ, ସୁଲପାଣି ମିଶ୍ର କାର୍ଯ୍ୟକାରୀ ସଦସ୍ୟ  ପ୍ରଶାନ୍ତ କୁମାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ମହାରଣା, ଡି ଆପ୍ପା ରାଓ, ଆନ୍ତର୍ଜାମୀ ମହାରଣା, ଘନଶ୍ୟାମ ଗୌଡ଼, ଏ ସୁବାସ ଚନ୍ଦ୍ର ନାୟକ, ସୁବାସ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସଦସ୍ୟ ଆଲୋଚନା ରେ ଭାଗ ନେଇଥିଲେ ଶେଷ ରେ  ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ I

Post a Comment

Previous Post Next Post